ବାଲେଶ୍ୱର ଟାଉନ ହାଇସ୍କୁଲ ‘ଇକୋ-କ୍ଲବ’ ତରଫରୁ ଶୈକ୍ଷିକ ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ଜିଲାର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ଟାଉନ ହାଇସ୍କୁଲ ଇକୋ କ୍ଲବ ତରଫରୁ ଶୈକ୍ଷିକ ପ୍ରତିଯୋଗିତା ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁମତୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୮୦ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପୃଥିବୀକୁ ରକ୍ଷା କରିବାକୁ ହେଲେ ପ୍ରତ୍ୟେକ ପିଲା ନିଜ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବା ନିହାତି ଦରକାର । ଜୀବନ ବଂଚାଇବା ପାଇଁ ଅମ୍ଳଜାନ ଦରକାର । ଅମ୍ଳଜାନ ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ । ତେଣୁ ବୃକ୍ଷ ବଂଚିଲେ ଆମେ ବଂଚିବା ବୋଲି ସଭାପତି ତାଙ୍କ ଅଭିଭାଷଣରେ କହିଥିଲେ ।
ଆଲୁମିନି ସଭାପତି ସୁବ୍ରତ କର, ଏସଏନସି ସଭାପତି ପ୍ରଦୀପ ଖୁଂଟିଆ, ପୂର୍ବତନ ଏସଏମସି ସଭାପତି ପ୍ରଦୀପ କୁମାର ପ୍ରଧାନ, ଆଲୁମିନି ସଭ୍ୟ ବିଷ୍ଣୁଦାସ କୁଣ୍ଡୁ ପ୍ରମୁଖ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଏକାନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ଇକୋ କ୍ଲବର ଗାଇଡ୍ ଶିକ୍ଷକ ଅକ୍ଷୟ କୁମାର ପାତ୍ର ସ୍ୱାଗତ ଭାଷଣରେ କହିଥିଲେ ଯେ, ଏହି ପ୍ରତିଯୋଗିତା ପ୍ରତି ଶନିବାର ୧ମାସ ଧରି ଚାଲୁ ରହିବ । ବନମହୌତ୍ସବ ଅବସରରେ ବକ୍ତୃତା, ଚିତ୍ରାଙ୍କନ, ସ୍ଲୋଗାନ, ଏବଂ ଶେଷ ଶନିବାର ପିଲାଙ୍କ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିବ । ଶିକ୍ଷୟିତ୍ରୁୀ ଦେବସ୍ମିତା ଦାସ ଧନ୍ୟବାଦ କରିଥିବା ବେଳେ ଶିକ୍ଷୟିତ୍ରୀ ସବିତା ପରିଡ଼ା, ଭାରତୀ ରାଉଳ, ଶିଖାରାଣୀ ପାତ୍ର, ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ସସ୍ମିତା ଗିରି, ଅଫିସସହକାରୀ ରାଜେଶ ଦେ, ଶଶଧର ନାୟକ, କାର୍ତିକ ଜେନା, ଅଜିତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।