ବାଲେଶ୍ୱର : ଜିଲା ସ୍କୁଲ ସ୍ମାର୍ଟ କ୍ଲାସର ରୂପାନ୍ତରଣ କାର୍ଯ୍ୟ ତଦାରଖ କଲେ ବିଧାୟକ
ବାଲେଶ୍ୱର : ଆଜି ସଦର ବିଧାୟକ ସ୍ୱରୂପ ଦାସ ବାଲେଶ୍ୱର ସହରର ଜିଲା ସ୍କୁଲକୁ ଏସପିରାସନାଲ ସ୍କୁଲରେ ପରିଣତ କରିବା ପାଇଁ ୫ଟି ମାଧ୍ୟମରେ ସ୍ମାର୍ଟ କ୍ଲାସର ରୂପାନ୍ତରଣ କାର୍ଯ୍ୟ ତଦାରଖ କରିଛନ୍ତି l ଏଥି ସହ ମୋ ସ୍କୁଲ ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପୌରପାଳିକାର ପୂର୍ବତନ ଉପ ନଗରପାଳ ମନୋଜ ରାଉତ, ବ୍ଲକ ସଭାପତି ବସନ୍ତ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ l