ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ଏବଂ ସମସ୍ୟା ସମ୍ପର୍କରେ ବୁଝିଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୩ ଓ ୫ ନଂ. ୱାର୍ଡ଼ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ଏବଂ ସମସ୍ୟା ସମ୍ପର୍କରେ ବୁଝିଲେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ଏଥିସହ ସହରର ପୋଲିସ ଲାଇନ ଛକ ନିକଟରେ ବାଲେଶ୍ୱର ପୌରପାଳିକା ତରଫରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ‘ଆଇ ଲଭ ବାଲେଶ୍ୱର’ ପଏଣ୍ଟ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ବିଧାୟକ ଶ୍ରୀ ଦାସ ।
ରବିବାର ପୂର୍ବାହ୍ନରେ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ବିଧାୟକ ଶ୍ରୀ ଦାସ ସୁନହଟର ଡିଗରହଣିଆ ମସାଣି ବୁଲି ନୂତନ ରାସ୍ତା ନିର୍ମାଣ ସହ ଉନ୍ନତିକରଣ ଏବଂ ପୋଖରୀର ପୁନଃରୁଦ୍ଧାର ପାଇଁ ଅଞ୍ଚଳ ବୁଲି ଦେଖିଛନ୍ତି । ସେହିପରି ସେଠାରେ ଥିବା ଟିପିଏନଓଡ଼ିଏଲ ବିଭାଗର ଇଲେକ୍ଟ୍ରିକ ଷ୍ଟ୍ରକଚରକୁ ଭଲ ରାସ୍ତା ନଥିବାରୁ ଆଗାମୀ ମୌସୁମୀ ବର୍ଷା ସମୟରେ ବିଦ୍ୟୁତ୍ ସରବରାହକୁ ଅବ୍ୟାହତ ରଖିବା ସହ ଷ୍ଟ୍ରକଚୋରରେ କିଛି ଅସୁବିଧା ହେଲେ କିପରି ଭାବେ ସେଠାରେ ଯଥାଶୀଘ୍ର ପହଞ୍ôଚ ହେବ ସେଥିପାଇଁ ବିଦ୍ୟୁତ୍ ବିଭାଗର ଏସଡ଼ିଓ ଏବଂ ଯନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେହିପରି ଆସନ୍ତା ମୌସୁମୀ ବର୍ଷାକୁ ଆଖି ଆଗରେ ରଖି ସମସ୍ତ ମହାନାଳ ଏବଂ ଡ୍ରେନ ସଫା ପାଇଁ ସ୍ଥାନୀୟ ନେତୃତ୍ୱ ଏବଂ ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରିଛନ୍ତି । ଶେଷରେ ମାନସିଂବଜାର ଅଞ୍ଚଳ ଦେଇ ଯାଉଥିବା ପିଡ଼ବ୍ଲୁଡ଼ି ରାସ୍ତା ଏବଂ ତତ୍ସଂଲଗ୍ନ ଡ୍ରେନ୍ କାର୍ଯ୍ୟକୁ ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା, ପିଡ଼ବ୍ଲୁଡ଼ି ବିଭାଗର ଯନ୍ତ୍ରୀ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଅଞ୍ଚଳବାସୀଙ୍କ ସହ ବୁଲି ଦେଖିଛନ୍ତି ବିଧାୟକ ଶ୍ରୀ ଦାସ । କାର୍ଯ୍ୟକ୍ରମରେ ପୂର୍ବତନ ପୌର ଉପ ନଗରପାଳ ମନୋଜ ରାଉତ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ, ୱାର୍ଡ଼ କାଉନ୍ସିଲର ରୋଜାଲିନ ପାଣି, ମିତା ପଟ୍ଟନାୟକ, ଯୁବନେତା ସରୋଜ କୁମାର ବିଶ୍ୱାଳ, ବିଦ୍ୟାଧର ଆଚାର୍ଯ୍ୟ, ପଙ୍କଜ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।