ବାଲେଶ୍ୱର : ବିଧାୟକଙ୍କ ଦ୍ୱାରା ମିଶନଶକ୍ତି ଗୃହର ଶିଳାନ୍ୟାସ
ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସୋଲପଟା ଠାରେ ସୋମବାର ମିଶନଶକ୍ତି ଗୃହର ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଏହି ଗୃହର ଶିଳାନ୍ୟାସ କରିଥିଲେ । ମହିଳାମାନଙ୍କ ସଶକ୍ତିକରଣ ବିନା କୌଣସି ପରିବାର କେବେବି ଅଗ୍ରଗତି ହାସଲ କରିପାରିବ ନାହିଁ । ସେହି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ସଶକ୍ତିକରଣକୁ ଗରୁତ୍ୱ ଦେବା ସହ ସେମାନଙ୍କୁ ଆର୍ଥିକ ସହାୟତା ଏବଂ ନୂଆ ପରିଚୟ ଦେଇଛନ୍ତି ବୋଲି ବିଧାୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ବସନ୍ତ ପଣ୍ଡା, ଶକ୍ତିପଦ ରାୟ, ପଞ୍ଚାୟତ ସଭାପତି ସୁଜିତ କୁମାର ପଣ୍ଡା, ଜିଆର୍ଏସ ଶ୍ରୀନିବାସ ରାଉତ, ଶରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।