ବାଲେଶ୍ୱର ଫେମିଲି କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର; ସ୍ୱାମୀ-ସ୍ତ୍ରୀ ଲାଗିଲେ ଟଣାଓଟରା ଓ ମାରପିଟ
ବାଲେଶ୍ୱର : ବାଲେଶ୍ୱର ଫେମିଲି କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର । ସ୍ୱାମୀ-ସ୍ତ୍ରୀ ଲାଗିଲେ ଟଣାଓଟରା ଓ ମାରପିଟ । ମାରପିଟ ଏତେ ବଢ଼ିଲା ଯେ ଶେଷରେ ଓକିଲଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।
ସୂଚନା ଯେ, ବାଲେଶ୍ୱର ଭୋଗରାଇ ବ୍ଳକ ଦେହୁରଦା ଗ୍ରାମର ଡ. ସିଦ୍ଧାର୍ଥ ସ୍ୱରୂପ ଜେନା ୨୦୧୫ ମସିହାରେ ବାଲେଶ୍ୱର ସହଦ୍ୱେଖୁଣ୍ଟା ଅଞ୍ଚଳର ଲୁତୁଶ୍ରୀଙ୍କୁ ବିବାହ କରିଥିଲେ । ମାତ୍ର ଦୁଇ ବର୍ଷ ପରେ ଅର୍ଥାତ ୨୦୧୭ ମସିହାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳହ ସୃଷ୍ଟି ହେଲା । ପରେ ୨୦୧୮ ମସିହାରେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା । ମାତ୍ର ଆଜି ଅଦାଲତରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକା ଯାଇଥିଲା । ଫଳରେ ଉଭୟେ ବାଲେଶ୍ୱର ଫାମେଲି କୋର୍ଟକୁ କାଉନସେଲିଂ ପାଇଁ ଆସିଥିଲେ । କୋର୍ଟରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ କଥା କଟାକାଟି ଓ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ତାହା ପରେ ଏହି ଯୁକ୍ତିତର୍କ ଧୀରେ ଧୀରେ ବଢ଼ିବାରେ ଲାଗିଲା । ଯାହା ଫଳରେ କି କୋର୍ଟ ମଧ୍ୟରେ ମାରପିଟା ଲାଗି ଯାଇଥିଲେ । ଏହା ପରେ କୋର୍ଟ ପରିସର ରଣକ୍ଷେତ୍ରରେ ପାଲଟି ଯାଇଥିଲା । ଶେଷରେ ଓକିଲମନେ ହସ୍ତକ୍ଷେପ କରିବାରୁ ସେମାନେ କୋର୍ଟ ପରିସର ଛାଡ଼ି ପଳାଇ ଯାଇଥିଲେ ।