ବାଲେଶ୍ୱର : ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ସଭା ‘ସମ୍ମାନ’
ବାଲେଶ୍ୱର : ବାଲେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ରେଟାରୀ ଭବନ ପରିସରରେ ଥିବା କୌଶଲ୍ୟା ଦେବୀ ମେମୋରିଆଲ ହଲରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଛି । ଏହି ଅବସରରେ କ୍ଲବର ସଭାପତି ଚାଟାର୍ଡ଼ ଆକାଉଣ୍ଟାଣ୍ଟ ପ୍ରଦୀପ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ‘ସମ୍ମାନ’ ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବାଲେଶ୍ୱରର ବୟୋଜ୍ୟେଷ୍ଠ ନାଗରିକ ତଥା ପୂର୍ବତନ ଜେନେରାଲ ରାମ କୃଷ୍ଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକଙ୍କ ଭୂମିକା ଓ ସେମାନଙ୍କୁ ସ୍ନେହ ସମ୍ମାନ ଦେଇ ରୋଟାରୀ ସମ୍ମାନିତ କରିଥିବାରୁ କ୍ଲବକୁ ପ୍ରଶଂସା କରିଥିଲେ । କ୍ଲବର ସଦସ୍ୟତା ଗ୍ରହଣ କରି ଜୀବନକୁ ସମାଜ ସେବାରେ ନିୟୋଜିତ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଚେୟାରମ୍ୟାନ ପ୍ରାକ୍ତନ ସଭାପତି ବିଷ୍ଣୁଦାସ କୁଣ୍ଡୁ କ୍ଲବର ଆଭିମୁଖ୍ୟ ଓ ଏହାର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ସମାଜ ପ୍ରତି କର୍ତ୍ତବ୍ୟ ନିଷ୍ଠା ପାଇଁ ପ୍ରାୟ ୫୦ଜଣ ବରିଷ୍ଠ ସଭ୍ୟାସଭ୍ୟଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କ୍ଲବର ସମ୍ପାଦକ ରୋଟାରୀଆନ ସୁଧାଂଶୁ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ ।