ଆନନ୍ଦମାର୍ଗ ବିଦ୍ୟାଳୟରେ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଆନନ୍ଦମାର୍ଗ ବିଦ୍ୟାଳୟରେ ଏକ ବୌଦ୍ଧିକ ଆଲୋଚନା ଚକ୍ର ‘ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟ ଜୀବନରେ ବାସ୍ତବ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା’ ଶୀର୍ଷକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦମାର୍ଗର କେନ୍ଦ୍ରୀୟ ସମ୍ପାଦକ ଆଚାର୍ଯ୍ୟ ପ୍ରିୟ କୃଷ୍ଣାନନ୍ଦ ଅବଧୂତ ଯୋଗଦାନ କରି ମାନବ ସମାଜ ଏକ ଏବଂ ଅବିଭାଜ୍ୟ ମନୁଷ୍ୟର ସାମଗ୍ରିକ ବିକାଶ ପାଇଁ ଆଧ୍ୟାତ୍ମିକ ସାଧନା ଏକାନ୍ତ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ ।
ଉତ୍କଳ ସମାଜ ସମ୍ପାଦକ ଭାସ୍କର ଜେନାଙ୍କ ସଂଯୋଜନା ରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ଫକୀରମୋହନ ଜୁନିୟର କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ମୁଖ୍ୟଅତିଥି ଓ ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏକ ସୁସ୍ଥ ସୁନ୍ଦର ବ୍ୟକ୍ତି ଭାବେ ନିଜ ଜୀବନ ଗଠନ କରିବା ପାଇଁ ବାସ୍ତବ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ମହାଦେବା ନନ୍ଦ, ଆଚାର୍ଯ୍ୟ ଦପକୃଷ୍ଣା ନନ୍ଦ ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ଆନନ୍ଦ ମାର୍ଗ ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ପରୀକ୍ଷିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଫୁଲ୍ଲ ଓ ସ୍ୱର୍ଣ୍ଣ ପ୍ରଭାଙ୍କର ସୁପୁତ୍ର ଶେୟାଂସ ପ୍ରୀୟତୋଷର ଜନ୍ମ ଦିନ ପାଳନ କରାଯାଇ ଥିଲା ।