ମାର୍କେଟକୁ ଆସିଲା ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟର, ଜାଣନ୍ତୁ କେତେ ରହିଛି ଦାମ୍
ନୂଆଦିଲ୍ଲୀ: ଦମଦାର ଏଣ୍ଟ୍ରି ସହିତ ବଜାରକୁ ଆସିଲା ବଜାଜ ଚେତକ ସ୍କୁଟର । ଗ୍ରାହକଙ୍କ ପାଇଁ ଆଣିଛି ବଢ଼ିଆ ଅଫର । ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟର ଦାମ୍ ଶୋ’ରୁମରେ ୧ ଲକ୍ଷ ୧୫ ହଜାର ରହିଛି । ଯଦି ଆପଣଙ୍କ ପାଖରେ ଏତେ ଟଙ୍କା ନାହିଁ । ତାହାଲେ ଆପଣ ଚିନ୍ତା କରନ୍ତୁ ନାହିଁ । କାରଣ ବଜାଜ କମ୍ପାନୀ ନିଜେ ମଧ୍ୟ ଫାଇନାନ୍ସ ସୁବିଧାର ଅଫର ଦେଉଛି । ଆପଣ ଏହାକୁ ଡାଉନ ପେମେଣ୍ଟ ଦେଇ କିଣିପାରିବେ । ବାକି ଟଙ୍କା ଇଏମଆଇ ମାଧ୍ୟମରେ ଦେଇପାରିବେ । ସ୍କୁଟର କିଣିବାକୁ ଆପଣଙ୍କୁ ମାତ୍ର ୧୨ ହଜାର ଟଙ୍କା ଦେବାକୁ ପଡ଼ିବ । ଏହାପରେ ଗାଡ଼ି ଋଣ ସୁଝିବା ପର୍ଯ୍ୟନ୍ତ ଆପଣଙ୍କୁ ପ୍ରତି ମାସରେ ୩୬୯୪ ଟଙ୍କା ଦେବାକୁ ପଡ଼ିବ । ବ୍ୟାଙ୍କ ଏହି ଋଣର ସମୟସୀମା ପୁରା ୩ବର୍ଷ ପର୍ଯ୍ୟନ୍ତ ରଖିଛି । ଆପଣ ବ୍ୟାଙ୍କକୁ ବାର୍ଷିକ ୯.୭% ସୁଧ ହାରରେ ସୁଧ ଦେବେ ।
ଆପଣଙ୍କୁ ଜଣାଇରଖୁଛୁଯେ, ବଢୁଥିବା ପେଟ୍ରୋଲ ଡିଜେଲ ଦରକୁ ଦେଖି ଜଣେ ସାଧାରଣ ପରିବାରର ଲୋକକୁ ଗାଡ଼ି ଚାଲାଇବାକୁ ବି ଡର ଲାଗିଲାଣି । ସେଥିପାଇଁ ସମସ୍ତେ ଏବେ ଇଲେକ୍ଟ୍ରିକ ଯାନ ମୁହାଁ ହେଲେଣି । ସେଥିପାଇଁ ବଜାଜ କମ୍ପାନୀ ତାର ଚେତକ ସ୍କୁଟରର ନୂଆ ଇଲେକ୍ଟ୍ରିକ ମଡେଲକୁ ବଜାରକୁ ଛାଡ଼ିଛି ।