ବାହାନଗା ଟ୍ରେନ ଟ୍ରାଜେଡି : ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘର ସିଲ୍, ଜଗି ରହିଛି ସିବିଆଇ ଟିମ
ବାଲେଶ୍ବର : ବାଲେଶ୍ଵର ଜିଲା ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ସ୍କାନର ରେ ଥିବା ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାଁନ ଙ୍କ ସୋର ସ୍ଥିତ ଭଡ଼ା ଘରେ ପହଂଚି ତନାଘନା କରୁଛି ସିବିଆଇ ଟିମ । ଭଡା ଘରକୁ ସଂପୂଣ୍ଣ ସିଲ କରିଥିବା ବେଳେ ପରିବାର ଲୋକ କେହି ଘରେ ନଥିବା ଜଣାପଡିଛି । ଏନେଇ ସିବିଆଇର ଏକ ଟିମ ଜଗି ରହିଛି ।
ବାହାନଗା ଷ୍ଟେସନରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ଯାଞ୍ଚ କରୁଛି ସିବିଆଇ । ତଦନ୍ତକାରୀ ଏଜେନ୍ସୀ ରେଲୱେର ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘର ସିଲ୍ କରିଛି। ସୋରଠାରେ ଥିବା ଜେଇଙ୍କ ଭଡ଼ା ଘର ସିଲ୍ କରାଯାଇଥିବା ସୂଚନା ମିଳିଛି । ରେଳ ଦୁର୍ଘଟଣା ପରେ ଜେଇ ଏବଂ ତାଙ୍କ ପରିବାର ଭଡ଼ା ଘରେ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ତେବେ ତଦନ୍ତ ବେଳେଏକ ଅଜଣା ସ୍ଥାନରେ ସିବିଆଇ ଜେଇଙ୍କୁ ପଚରାଉଚରା କରିଥିବା ଜଣାପଡିଛି।