ପୋଖରୀରେ ବୁଡ଼ି ଶିଶୁ କନ୍ୟା ମୃତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଶନିବାର ପୋଖରୀରେ ବୁଡି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଘଟଣାରୁ ପ୍ରକାଶ ଏହି ଗ୍ରାମର ଅଜିତ ବେହେରାଙ୍କ ଅଢ଼େଇ ବର୍ଷର ଶିଶୁ କନ୍ୟା ମୌସୁମୀ ଘରେ ଖେଳୁଥିବା ସମୟରେ ଅସାବଧାନତା ଯୋଗୁଁ ସ୍ଥାନୀୟ ପୋଖରୀରେ ପଡ଼ିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପାଖ ପୋଖରୀରେ ଭାସୁଥିବାର ଦେଖିଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।