ଜୀବ ନିଷ୍ଠୁରତା ନିରୋଧ ଆଇନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ
କାକଟପୁର : କାକଟପୁର ବ୍ଳକ ସଭାଗୃହ ପରିସରରେ ଜୀବ ନିଷ୍ଠୁରତା ନିରୋଧ ଆଇନ ସଂପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାକଟପୁର ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ରାଜେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାକଟପୁର ବ୍ଳକ ଉନ୍ନୟନ ଅଧିକାରୀ ତୁଷାର ଜ୍ୟୋତି ରଞ୍ଜନ, ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୋଲିସ ଏ ଏସ ଆଇ ପ୍ରମୋଦ କୁମାର ସେଠୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ରଶ୍ମିତା ସାହୁ, ଏବଂ ଜିଲ୍ଲା ଜୀବ ନିଷ୍ଠୁରତା ନିରୋଧ ଆଇନ ନିରିକ୍ଷକ ନିହାର ରଞ୍ଜନ ମାନସିଂହ ପ୍ରମୁଖ, ଉପସ୍ଥିତ ସ୍ୱୟଂ ସହାୟୀକା ଗୋଷ୍ଠୀର ସଭ୍ୟା ମାନଙ୍କୁ ଜୀବେ ଦୟା ମନୋଭାବ ପୋଷଣ କରିବାକୁ ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳରେ ପୋଷା ଜୀବଜନ୍ତୁ,ବୁଲା କୁକୁରଙ୍କ ଭଳି ଜୀବମାନଙ୍କ ପ୍ରତି କରାଯାଉଥିବା ଅମାନୁଷିକତାର ବିରୋଧ କରିବା ସହିତ ସମ୍ବିଧାନ ଦେଇଥିବା ଆଇନ ବଳରେ ସେ ସବୁର ବିରୋଧ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ କହିଥିଲେ ।