ଜେଲ ଗଲେ ଏଏସପି ତ୍ରିନାଥ ମିଶ୍ର, ମିଳିଲା ୧୧ କୋଟିର ସମ୍ପତ୍ତି
ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ପୁଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଜେଲ ଗଲେ । ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଶ୍ରୀ ମିଶ୍ରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଶ୍ରୀ ମିଶ୍ରଙ୍କ ତରଫରୁ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ କରାଯାଇଛି । ଆସନ୍ତା ୨୧ରେ କୋର୍ଟ ଜାମିନ ଆବେଦନର ଶୁଣାଣି କରିବେ । ଅପ ଟୁ ଡେଟ କେସ ଡାଏରୀ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ଏଏସ୍ପି ତ୍ରିନାଥଙ୍କ ଅମାପ ସଂପତ୍ତି ଠାବ କରାଯାଇଥିଲା। ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଟିମର ଆଖିଖୋଷି ହୋଇଯାଇଥିଲା। ଶ୍ରୀ ମିଶ୍ରଙ୍କ ୧୧ କୋଟି ୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ତାଙ୍କ ପାଖରୁ କେବଳ ୨ କୋଟି ଟଙ୍କାର ବିଭିନ୍ନ କାର୍ ଜବତ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରେ ରହିଛି ତାଙ୍କର ଏକ ବିଏମଡବ୍ଲ୍ୟୁ ଗାଡ଼ି, ଯାହାକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଛି ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଛି, ଯାହାର ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା। ଏହି ବିଏମଡବ୍ଲ୍ୟୁ ଗାଡିକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଛି ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଛି। ଏହାଛଡ଼ା ତାଙ୍କଠାରୁ ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍ ଓ ସେଭ୍ରୋଲେଟ୍ ଟ୍ରେଲବ୍ଲେଜର କାର୍ ବି ଠାବ ହୋଇଛି। ଏଣେ ଏକ ରକେଟ୍ ଥ୍ରି ବାଇକ୍ ବି ଜବତ ହୋଇଛି, ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, ତାଙ୍କର ଏକ ବୁଲେଟ୍ ବି ଜବତ ହୋଇଛି। ଏହାଠାରୁ ତ୍ରିନାଥ ମିଶ୍ରଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ବି ଜବତ ହୋଇଛି। ୨୮ଟି ଆକାଉଣ୍ଟ ବି ଠାବ କରାଯାଇଛି।
ଗତକାଲି ଭୋର ୪ଟାରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ କମ୍ୟୁନିକେସ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ଉ କରିଥିଲା। ୩ ଏଏସପି, ୧୦ ଡିଏସପି ଓ ୧୩ ଜଣ ଇନସ୍ପେକ୍ଟରଙ୍କଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନ ଚଢ଼ଉ ଆରମ୍ଭ କରିଥିଲା। ନବରଙ୍ଗପୁରର ଡାବୁଗାଁରେ ଥିବା ପୈତୃକ ଘର, କଟକର ମହାନଦୀ ବିହାର ଠାରେ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ଉତ୍ପାଦନ ୟୁନିଟ୍, କଟକ ତୁଳସୀପୁରରେ ଅବସ୍ଥିତ ତାଙ୍କର ଅଫିସ୍, ସରକାରୀ ମଧୁପାଟଣା ପୁଲିସ୍ ଥାନାରେ ଥିବା କ୍ୟାମ୍ପସରେ କ୍ୱାର୍ଟର୍, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟରେ ଥ୍ରି ବିଏଚକେ ଫ୍ଲାଟ, ଯାଜପୁରର ବଡ଼ଚଣାରେ ଥିବା ଶଶୁର ଘର, ତାଳଗଡ଼ ସ୍ଥିତ ଫାର୍ମହାଉସ୍, ଚଣ୍ଡିଖୋଲ ବଜାରର ଧାନମଣ୍ଡଳରେ ମେଡିସିନ୍ ଦୋକାନ ସହିତ ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଥିବା ସୂଚନା ଦେଇଛି ଭିଜିଲାନ୍ସ।