ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ଅଶ୍ବିନଙ୍କ ଏକାଧିକ ରେକର୍ଡ
ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏକାଧିକ ରେକର୍ଡ କରିଛନ୍ତି। ଘରୋଇ ଟେଷ୍ଟ ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ବିନ ୩୦୦ ୱିକେଟ ଦଖଲ କରିଛନ୍ତି। ଘରୋଇମାଟିରେ ଅନୀଲ କୁମ୍ବଲେଙ୍କ ୩୫୦ ଟେଷ୍ଟ ୱିକେଟ ପରେ ଏହା ୨ୟ ସର୍ବାଧିକ। ଅଶ୍ବିନଙ୍କ ପୂର୍ବରୁ ବିଶ୍ବରେ ମାତ୍ର ୫ ଜଣ ବୋଲର ଘରୋଇ ଟେଷ୍ଟରେ ୩୦୦ କିମ୍ବା ଅଧିକ ୱିକେଟ ନେଇଛନ୍ତି। ଟେଷ୍ଟ ମ୍ୟାଚ୍ରେ ୯ମ ଥର ପାଇଁ ଆର୍. ଅଶ୍ବିନ୍ ପ୍ଲେୟର ଅଫ୍ ଦ ସିରିଜ୍ ପୁରସ୍କାର ପାଇଛନ୍ତି। ବିଶ୍ବରେ ଏହା ଯୁଗ୍ମ ଦ୍ବିତୀୟ ସର୍ବାଧିକ। ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ କାଲିସ୍ ମଧ୍ୟ ୯ ଥର ପ୍ଲେୟର ଅଫ୍ ଦ ସିରିଜ୍ ହୋଇଛନ୍ତି। ଶ୍ରୀଲଙ୍କାର ମୁଥେୟା ମୁରଲୀଧରନ୍ ସର୍ବାଧିକ ୧୧ ଥର ପ୍ଲେୟର ଅଫ୍ ଦ ସିରିଜ୍ ହୋଇଛନ୍ତି।
ନ୍ୟୁଜିଲାଣ୍ଡ-ଭାରତ ଟେଷ୍ଟ କ୍ରିକେଟ୍ରେ ରବିଚନ୍ଦ୍ରନ ଅଶ୍ବିନ୍ ସର୍ବାଧିକ ୬୬ଟି ୱିକେଟ ନେଇଛନ୍ତି। ଉଭୟ ଦେଶଙ୍କ ମଧ୍ୟରେ ଟେଷ୍ଟମ୍ୟାଚ୍ରେ ନ୍ୟୁଜିଲାଣ୍ଡର ସାର୍ ରିଚାର୍ଡ ହାଡ୍ଲି ୬୫ ୱିକେଟ ନେଇଥିବା ବେଳେ ଅଶ୍ବିନ ତାଙ୍କୁ ଅତିକ୍ରମ କରିଛନ୍ତି। ୨୦୨୧ରେ ଅଶ୍ବିନ ୫୨ଟି ଟେଷ୍ଟ ୱିକେଟ ନେଇଛନ୍ତି। ଚଳିତବର୍ଷ ୫୦ ଟେଷ୍ଟ ୱିକେଟ ଅତିକ୍ରମ କରିବାରେ ଅଶ୍ବିନ ବିଶ୍ବର ପ୍ରଥମ ବୋଲର।