ରାସ୍ତା ମରାମତି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ଅଭିଯୋଗ
ମାଲକାନଗିରି : କୌଣସି କାମରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ ନ କରିବା ପାଇଁ ସରକାର ନିୟମ କରିଛନ୍ତି ହେଲେ ସରକାରୀ କର୍ମଚାରୀ ଓ ଠିକାଦାର ମାନେ ନିୟ ମ କୁ ଉଲଂଘନ କରି ବିଭିନ୍ନ ଉନ୍ନୟନ କାମରେ ଶିଶୁ ଶ୍ରମିକ ମାନଙ୍କୁ ଲଗାଉଥିବା ଅଭିଯୋଗ ହେଉଛି! ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂରରେ ମାଲକାନଗିରି କାଲିମେଳା ୩୨୬ ନଂ ଜାତୀୟ ରାଜପଥ ର ଏମ ଭି -୭ ଗ୍ରାମ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ -୧ ପକ୍ଷରୁ ଏମ ଏମ ରାସ୍ତା ଠାରୁ ଏମ ଭି -୭ ଏମ ଇ ସ୍କୁଲ ପର୍ଯ୍ୟନ୍ତ ମାତ୍ର ୬୦୦ମିଟର ରାସ୍ତା ୫ଲକ୍ଷ ବ୍ୟୟ ଅଟକଳ ରେ ମରାମତି କରା ଯାଉଛି! ଉକ୍ତ ରାସ୍ତା କାମ ନେଇ ଥିବା ମାଲକାନଗିରି ର ଠିକାଦାର ସୁବଳ ବଳ ପିଚୁ କାମ ପାଇଁ କାଠ ବ୍ୟବହାର କରୁଥିବା ବେଳେ ନିୟୋଜିତ ଶ୍ରମିକ ମାନେ ବିପଦ ପୂର୍ଣ୍ଣ ଭାବେ ଗରମ ପିଚୁ କା ଢ଼ୁଥିବା ଦେଖିବାକୁ ମିଳିଛି!ଏପରି କି ଏହି କାମରେ ମାଥିଲି ବ୍ଲକ ମହୁପଦର ପଂଚାୟତ ର ଗୋଲିଆଗୁଡା ଗ୍ରାମର ୭ ଜଣ ନାବାଳିକା ମାନଙ୍କୁ ଆଣି ଉକ୍ତ କାମରେ ଲଗାଇଥିବା ଅଭିଯୋଗ ହୋଇଛି!ଏ ସମ୍ପର୍କ ରେ ସମ୍ପୃକ୍ତ ରାସ୍ତା କାମ ତଦାରଖ ଦାଇତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକ ଙ୍କୁ ପଚାରି ବାରୁ ସେ କହିଥିଲେ ଠିକାଦାର ଙ୍କ ଲେବର ଲାଇସେନ୍ସ ଅଛି ସେ କାହାକୁ କାମରେ ଲଗାଇଲେ ତାହା ଦେଖିବା ଆମର ଦାଇତ୍ୱ ନୁହେଁ, ରାସ୍ତା ଠିକ ଭାବେ ହୋଇଛି କି ନାହିଁ ତାହା ଦେଖିବା ଆମର କାମ!ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ ଠିକାଦାର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେ ବାକୁ ସାଧାରଣରେ ଦାବି ହେଉଛି I