ପୁଣି ଡେପୁଟେସନ ସେଂଟର ହେଲା ନୀଳଗିରି ମେଡିକାଲ
ନୀଳଗିରି : ପୁଣି ନୀଳଗିରିବାସୀଙ୍କୁ ଭୁଆଁ ବୁଲେଇ ନୀଳଗିରିବାସୀଙ୍କ ହାତରେ ଲଲିପପ୍ ଧରାଇ ଦେଲେ ବାଲେଶ୍ୱର ସି.ଡି.ଏମ.ଓ. ଦୁଲାଲ ସେନ ଜଗଦେବ । ଫାଙ୍କା ଥିବା ଡାକ୍ତର ପଦବୀକୁ ଡେପୁଟେସନରେ ଭର୍ତି କରି ଅସ୍ଥାୟୀ ଭାବେକିଛି ଲୋକଙ୍କ ହୃଦୟ ଜିତିଥିବା ବେଳେପୁଣି ଅଜାଣତରେ ଜଣଙ୍କ ପରେ ଜଣଙ୍କୁବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା କିଛି ଡାକ୍ତରୀ ପଦବୀ ପୂରଣ ନେଇ ନୀଳଗିରି ରକ୍ତଦାତା ସଂଖ୍ୟ ସାଧୁବାଦ ଅର୍ପଣ କରିଥିବା ବେଳେ ପୁଣି କିଛି ସମସ୍ୟା ନେଇ ଆମରଣ ଅନଶନ ଚେତାବନୀ ଦେଇଛନ୍ତି ।
ସୂଚନାଯୋଗ୍ୟ ରକ୍ତଦାତା ସଂଘ ଓ ଅଣଗଣସଂଗଠନ ତରଫରୁ ବାରମ୍ବାର ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ଡାକ୍ତରଖାନାର ଓ.ପି.ଡି., ରୋଗୀ ଶଯ୍ୟା ବିଭାଗ, ଅଲଟ୍ରାସାଉଣ୍ଡ, ଇ.ସି.ଜି., ସଂକ୍ରମଣ ବ୍ୟାଧି ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ, ନିଦାନ ପରୀକ୍ଷା, ଅକ୍ସିଜେନ ପ୍ଲାଂଟ, ଆଇ.ସି.ୟୁ ଶଯ୍ୟା, ଭେଂଟିଲେଟର ଶଯ୍ୟା, ୱାର୍ଡ ପାଖରେ ଶୌଚାଳୟ ନିର୍ମାଣ, ନୂତନ ବର୍ହିବିଭାଗ, ରୋଗୀଶଯ୍ୟା ବିଭାଗ ଏ ଯାଏ କାର୍ଯ୍ୟକ୍ଷମ ହୋଇ ନାହିଁ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଯଦି ଆଶୁସମାଧାନ ନ କରନ୍ତି ତାହେଲେ ବାଧ୍ୟ ହୋଇ ଆମରଣ ଅନଶନ କରାଯିବ ବୋଲି ରକ୍ତଦାତା ସଂଘ ପକ୍ଷରୁ ସଂପାଦକ ବିଜୟ ପାତ୍ର ଓ ଉପଦେଷ୍ଟା ରବି ରାଉତ ସୂଚନା ଦେଇଛନ୍ତି ।