ଦୁଇ ବର୍ଷ ପରେ ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଲା ଅନୁମତି
ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଲା ଅନୁମତି । ଦୀର୍ଘ ୨ ବର୍ଷର ବ୍ୟବଧାନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା । ଖୋର୍ଦ୍ଧା ଜିଲାପାଳ ଓ ଭୁବନେଶ୍ୱର ଡିସିପି ଅନୁମତି ଦେଇଥିବା ସୂଚନା ରହିଛି । ଏନେଇ ଭୁବନେଶ୍ୱର ବାଲିଯାତ୍ରା କମିଟି ସମ୍ପାଦକ ତପନ ବଳିୟାରସିଂ ସୂଚନା ଦେଇଛନ୍ତି ।
ତପନ ବଳିୟାରସିଂ କହିଛନ୍ତି ଯେ, କୁଆଖାଇ ପଠାରେ ନଭେମ୍ବର ୮ରୁ ୧୬ ଯାଏଁ ଭୁବନେଶ୍ୱର ବାଲିଯାତ୍ରା ଚାଲିବ । ଏଥର ବାଲିଯାତ୍ରାରେ ୬୦୦ଟି ଷ୍ଟଲ ପଡ଼ିବ । କରୋନା ପାଇଁ ୨ ବର୍ଷ ହେଲା ବନ୍ଦ ରହିଥିଲା ଏହି ବାଲିଯାତ୍ରା ଆୟୋଜନ ।