ଏନଟିଏ ପକ୍ଷରୁ କାର୍ଯ୍ୟାନୁଷ୍ଠାନ, ୩ ବର୍ଷ ପାଇଁ ପରୀକ୍ଷା ଦେଇପାରିବେନି ୩୯ ପରୀକ୍ଷାର୍ଥୀ
ନୂଆଦିଲ୍ଲୀ : ଜେଇଇ ମୁଖ୍ୟ ପରୀକ୍ଷା ୨୦୨୪ରେ ୩୯ ଜଣ ପରୀକ୍ଷାର୍ଥୀଙ୍କ ଉପରେ ୩ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲା ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ)। ଅନ୍ୟାୟ ଉପାୟ ଅବଲମ୍ବନ କରିଥିବା ୩୯ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏହି ଜାତୀୟ ପରୀକ୍ଷଣ ସଂସ୍ଥା।
ଜେଇଇ-ମେନ୍ ସେସନ-୨ର ପ୍ରଥମ ଦିନରେ ଜାଲିଆତି ଓ ଅନ୍ୟାନ୍ୟ ଅନ୍ୟାୟ ଉପାୟରେ ଅନିୟମିତତା ବିଷୟ ସାମ୍ନାକୁ ଆସିବା ପରେ ଏନଟିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉନ୍ନତ ଏଆଇ ଉପକରଣ, ବିଶେଷକରି ଆଇଫେସର ଉପଯୋଗ କରି ଏଜେନ୍ସି ପରୀକ୍ଷା ଅନିୟମିତତାର ମୁକାବିଲା ପାଇଁ ଏହାର ସକ୍ରିୟ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ଦୁର୍ନୀତିର ୯ଟି ମାମଲା ଚିହ୍ନଟ କରିଛି।