ଆମ୍ ଆଦ୍ମୀ ପାର୍ଟିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ : ମାସିକ ୨୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ୍ ଦାବି
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ଼ ଗରଡ଼ି ପଞ୍ଚାୟତର କଦମ୍ବଗଡି ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ରବିବାର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକଙ୍କୁ ମାଗଣା ୨୦୦ ୟୁନିଟ୍ ବିଜୁଳି ଦିଅ, ବିଜୁଳିକାଟ ଉପରେ ରୋକ ଲଗାଇବା, ବିଜୁଳି ଦର ବୃଦ୍ଧି ବିରୋଧରେ ବହୁଦିନ ହେଲା ଆମେ ଦାବି କରୁଛୁ ରାଜ୍ୟ ସରକାର ଶୁଣୁନାହାନ୍ତି । ଦିଲ୍ଲୀର ସରକାର ନିଜ ଗ୍ରାହକମାନଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଦେଇ ପାରୁଛନ୍ତି ତେବେ ଓଡ଼ିଶାରେ କାହିଁକି ହେବ ନାହିଁ ବିଷୟକୁ ନେଇ ଆଲୋଚନା ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ବ୍ୟବସ୍ଥାର ପରିବର୍ତ୍ତନ ନିମନ୍ତେ ସମସ୍ତେ ସଂକଳ୍ପ ନେବାକୁ ହେବ କହିଥିଲେ । ଅପରପକ୍ଷରେ କହିଥିଲେ ଆମ ରାଜ୍ୟ ବିଦ୍ୟୁତ୍ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍ ବିକ୍ରୟ କରୁଛି । ଦୀର୍ଘ ୨୫ ବର୍ଷ ଧରି ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ଚାଲିଥିବା ବେଳେ ସେଥିରୁ କୌଣସି ସୁଫଳ ମିଳିଲା ନାହିଁ । ହେଲେ ଦିଲ୍ଲୀ ବିଦ୍ୟୁତ୍ ଉତ୍ପାଦନ ନକରି ମଧ୍ୟ ବାହାର ରାଜ୍ୟରୁ କିଣି ନିଜ ଗ୍ରାହକମାନଙ୍କୁ ବିଦ୍ୟୁତ୍ ଦେୟରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ପୂରା ଛାଡ଼ ଓ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ଛାଡ଼ ଦେଉଛି । ଦିଲ୍ଲୀ ଭଳି ଓଡ଼ିଶାର ଜନସାଧାରଣଙ୍କୁ ମଧ୍ୟ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ପୂରା ଛାଡ଼ କରାଯାଉ ବୋଲି କହିଥିଲେ । ରାଜ୍ୟ କମିଟିର ଦୁଇ ସଦସ୍ୟ ଅମୀୟ କୁମାର ଶର୍ମା ଓ ରୁଚିରୁଦ୍ର ରଥ, ବାଲେଶ୍ୱର ଜିଲା ଆବାହକ କୁମାର ସ୍ୱର୍ଣ୍ଣଭାରତ ମଲ୍ଲିକ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଦେବା ସହ ଆସନ୍ତା ଦିନରେ ୨୫ଲକ୍ଷ ପରିବାରର ଦସ୍ତଖତ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ଭେଟି ଦେବାର ସୂଚନା ଦେଇଥିଲେ । ଜିଲା କମିଟିର ସଦସ୍ୟ ପୁରୁଷୋତ୍ତମ ସାହୁ, ସଞ୍ଜୀବ ସ, ଦିଲୀପ କୁମାର ଗିରି, ରାମକୃଷ୍ଣ ରାମ, ବାବୁଲି ନାୟକ, କେଶବ ବାରିକ, ସର୍ବେଶ୍ୱର ବେହେରା ଓ ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଶେଷରେ ଦିଲିପ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
୧- ସଜନାଗଡ଼- ରବିବାର- ଆମ୍ ଆଦ୍ମୀ ପାର୍ଟିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ