ବାଲେଶ୍ୱର : ସେରୋ ସର୍ଭେ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍
ବାଲେଶ୍ୱର : ବାଲେଶ୍ୱରରେ ମଙ୍ଗଳବାର ଠାରୁ ଆରମ୍ଭ ହେଲା ସୋରେ ସର୍ଭେ । ଏହି ସେରୋ ସର୍ଭେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଜାରି ରହିଛି । ଏଥିପାଇଁ ଭୁବନେଶ୍ୱରରୁ ଏକ ୫ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ôଚଛନ୍ତି । ଏହି ସର୍ଭେ ଟିମ୍ ମୋଟ୍ ୫୦୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିବେ । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ପରେ ଅନ୍ୟ ୪୦୦ଟି ରକ୍ତ ନମୁନା ବିଭିନ୍ନ ସ୍ଥାନରୁ ସଂଗ୍ରହ କରିବେ । ଏଥିପାଇଁ ବିଭିନ୍ନ ସ୍ଥାନରେ ୧୦ଟି କ୍ଲଷ୍ଟରକୁ ଚିହ୍ନଟ କରାଯାଇଛି ।
ମଙ୍ଗଳବାର ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପାରା ମେଡିକାଲ ଷ୍ଟାଫ୍, ସିକ୍ୟୁରିଟି ଏବଂ ସନିଟାଇଜେସନ୍ ଷ୍ଟାଫଙ୍କ ନମୁନା ସଂଗ୍ରହ କରାଯାଇଥିବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ସେହିପରି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦ୍ଦେବ କହିଛନ୍ତି ଯେ, କୋଭିଡ୍ରେ ଆକ୍ରାନ୍ତ ଓ ନହୋଇଥିବା ବ୍ୟକ୍ତିଙ୍କ ସହ ୧୦ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଏହି ସେରୋ ସର୍ଭେରେ ସାମିଲ କରାଯିବାର ପ୍ରକାଶ କରିଛନ୍ତି ।