ଇଡି ଓ ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ
ପଶ୍ଚିମବଙ୍ଗ : ରାଜ୍ୟରେ କେନ୍ଦ୍ର ଏଜେନ୍ସି ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋତେ ଲାଗୁନି ପ୍ରଧାନମନ୍ତ୍ରୀ ମୋଦୀ ସିବିଆଇ ଓ ଇଡିର ଦୁରୁପଯୋଗ କରୁଛନ୍ତି କିନ୍ତୁ କିଛି ବିଜେପି ନେତା ନିଜ ସୁବିଧା ପାଇଁ ଏପରି କରୁଛନ୍ତି । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସରକାର ଓ ପାର୍ଟିର କାର୍ଯ୍ୟକୁ ଅଲଗା ଅଲଗା ରଖିବାକୁ ନିବେଦନ କରୁଛି । ଏହା ଦେଶ ପାଇଁ ଭଲ ହେବନି ।
ନିୟମ ୧୬୯ ଅନ୍ତର୍ଗତ ରାଜ୍ୟ ବିଧାନସଭାର ପ୍ୟାନେଲରେ ଏହି ପ୍ରସ୍ତାବ ରଖାଯାଇଥିଲା । ଇଡି ଓ ସିବିଆଇ ତୃଣମୂଳ କଂଗ୍ରେସ ନେତାଙ୍କ ବିରୋଧରେ କିଛି ହାଇପ୍ରୋଫାଇଲ ମାମଲାରେ ଯାଞ୍ଚ କରୁଥିବା ସମୟରେ ମମତା ସରକାର ଏହି ପଦକ୍ଷେପ ନେଇଛନ୍ତି ।