ମାରଣାସ୍ତ୍ର ଧରି ଧମକ ଦେବା ଅଭିଯୋଗରେ ଜଣେ ଗିରଫ
ଜୟପୁର : ମାରଣାସ୍ତ୍ର ଧରି ଧମକ ଚମକ ଦେଉଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଓଡିଆ ମେଦ୍ରି ସାହିର ବାଦଲ ନାଗ । ଗିରଫ ଅଭିଯୁକ୍ତ ଠାରୁ ବନ୍ଧୁକ, ଛୁରି ନାଞ୍ଚ, ମାରଣାସ୍ତ୍ର କୁ ଜବତ କରିଛି । ପୋଲିସ ସୁଚନା ଅନୁଯାଇ ଓଡିଆ ମେଦ୍ରି ସାହିରେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭିତ କରି ଧମକ ଚମକ ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଆଗରୁ ୮ ଜଣକୁ ଗିରଫ କରିଥିଲ।। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଆଜି ଓଡିଆ ମେଦ୍ରି ସାହିରୁ ଅଭିଯୁକ୍ତ ବାଦଲ ଖରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।