୬ ଦେଶରୁ ଫେରିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ: କରୋନାର ଭୟାବହତା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମେ ୨୦୨୩ ଜାନୁଆରୀ ୧ରୁ ଚୀନ, ହଂକଂ, ଦକ୍ଷିଣ କୋରିୟା, ଜାପାନ, ସିଙ୍ଗାପୁର ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଲାଗି ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଯାତ୍ରା ପୂର୍ବରୁ ନିଜ ରିପୋର୍ଟ ଏୟର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ପଡ଼ିବ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ଯେ, କରୋନା ବିରୋଧୀ ଲଢ଼େଇରେ ଆଗାମୀ ୪୦ଦିନ ବେଶ୍ ଗୁରୁତ୍ୱ୍ୱପୂର୍ଣ୍ଣ । କାରଣ ଭାରତରେ କୋଭିଡ-୧୯ ମାମଲା ଜାନୁଆରୀରେ ଦ୍ରୁତ ଗତିରେ ବଢ଼ିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।