ପ୍ରଚାରକ ଅନନ୍ତ ମିଶ୍ରଙ୍କ ୧୩୮ ତମ ଜୟନ୍ତୀ ପାଳିତ
ପୁରୀ : ସତ୍ୟବାଦୀ ଗୋଷ୍ଠୀର ଏକ ନିଷ୍ଠ ସାଧକ ପ୍ରବାଦ ପୁରୁଷ ପ୍ରଚାରକ ଅନନ୍ତ ମିଶ୍ରଙ୍କ ୧୩୮ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ପ୍ରଚାରକ ଅନନ୍ତ ମିଶ୍ର ସ୍କୃତି ପରିଷଦ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଶ୍ରୀପର୍ଣ୍ଣା କଳା ପରିଷଦ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ କୁଳପତି
କୁମରବର ଦାସ,ବିଶିଷ୍ଟ ବକ୍ତା ଭାବେ ପ୍ରଫେସର ହରିହର କାନୁନଗୋ,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତିକ୍ୟ ବିରେନ୍ଦ୍ର ମହାନ୍ତି ଯୋଗ ଦେଇ ଅନନ୍ତ ମିଶ୍ରଙ୍କ ମାଟି ପାଇଁ ମମତା ସମ୍ପର୍କରେ ଆଲୋକପାତ କରିଥିଲେ । ସରକାରୀ ସ୍ତରରେ ଅନନ୍ତ ମିଶ୍ରଙ୍କ ସମ୍ପର୍କରେ ପ୍ରସାର ପ୍ରଚାର ପାଇଁ ମତ ପ୍ରକାଶ ପାଇଥିଲା । ଅନୁଷ୍ଠାନର ସଭାପତି ଗୋବିନ୍ଦଚନ୍ଦ୍ର ଫାରକ ସଭାରେ ଅଧ୍ୟକ୍ଷତା କରିଥିଲେ । ଅନନ୍ତ ମିଶ୍ରଙ୍କ ନାମରେ ଭୁବନେଶ୍ୱରରେ ଏକ ସ୍କୃତି ସ୍ତମ୍ବ ନିର୍ମାଣ ଓ ଏକ ମାର୍ଗର ନାମକରଣ କରିବା ପାଇଁ ଦାବି ହୋଇଥିଲା । ଡ଼କ୍ଟର ହେମନ୍ତ କୁମାର ଛୋଟରାୟ,ରମେଶ ଚନ୍ଦ୍ର ଦାଶ,ନୀରବଚକ୍ର ଜେନାଙ୍କୁ ଉତ୍କଳ ଶିଶୁରତ୍ନ ଓ ଉତ୍କଳ ଶିଶୁ ସୌରଭ ପ୍ରଦାନ କରାଯାଇଥିଲା । ଗଙ୍ଗାଧର ପ୍ରଧାନ, ସୁକାନ୍ତ ମହାନ୍ତି, ରମେଶ ଦିକ୍ଷୀତଙ୍କୁ ଉତ୍କଳ ଗୁରୁରତ୍ନ,ଚିନ୍ମୟ ବାରିକି,ବର୍ଷାରାଣୀ ମହାନ୍ତିଙ୍କୁ ଉତ୍କଳ ଛାତ୍ରରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । କୈଳାସଚନ୍ଦ୍ର ବିଶ୍ୱାଳଙ୍କୁ ଉତ୍କଳ ନୃତ୍ୟଗୁରୁ ସମ୍ମାନ,ଲକ୍ଷ୍ମୀଧର ମହାରଣା ଓ ମାନସ ରଞ୍ଜନ ପଟ୍ଟନାୟକଙ୍କୁ ଉତ୍କଳ ଲେଖକ ରତ୍ନ ସମ୍ମାନ,ଗୀତା ଦାସଙ୍କୁ ଉତ୍କଳ ଲେଖିକା ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଗୋବିନ୍ଦ ଚନ୍ଦ୍ର ଫାରକଙ୍କୁ କବି ସାରସ ସମ୍ମାନ, ମୀନ କେତନ ପାଟ୍ଟଯୋଶୀଙ୍କୁ ଉତ୍କଳ ଜ୍ୟୋତିଷ ରତ୍ନ ସମ୍ମାନ କରାଯାଇଥିଲା । ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମେଧା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କଳ୍ପନା ମିଶ୍ର, ମନୋରମା ଆଚାର୍ଯ୍ୟ,କ୍ରିଷ୍ଣା ମହାପାତ୍ରଙ୍କ ସଂଯୋଜନାରେ ଦୁଇ ଶହରୁ ଅଧିକ କବିତା ପାଠ କରାଯାଇଥିଲା । ବିଜୟ କୁମାର ଛାଟୋଇଙ୍କ ସପ୍ତମ ଶିଶୁ କିଶୋର ପୁସ୍ତକ କୈଶୋର ଭାବକା’ର ଲୋକାର୍ପଣ ଅତିଥିମାନଙ୍କ ଦ୍ୱାର କରାଯାଇଥିଲା । ଶିବାଶିଷ ସାହୁ, କାଶୀନାଥ ଖୁଂଟିଆ, ଯୋଗେଶ୍ୱର ପ୍ରହରାଜ,ରବୀନ୍ଦ୍ର ନାଥ ପଟ୍ଟନାୟକ,ସଦାଶିବ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ଛାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।