ଓଡିଶା ରାଜ୍ୟ କୃଷି ଓଭରସିଓର ସଂଘ ଓ ଗ୍ରାମ୍ୟକୃଷି କର୍ମଚାରୀ ସଂଘର ମିଳିତ ଅଧିବେଶନ
ବାରିପଦା : ଓଡିଶା ରାଜ୍ୟ କୃଷି ଓଭରସିଓର ସଂଘ ଓ ଗ୍ରାମ୍ୟକୃଷି କର୍ମଚାରୀ ସଂଘର ମୟୂରଭଂଜ ଶାଖା ପକ୍ଷରୁ ଏକ ମିଳିତ ଅଧିବେଶନ ଆଜି ଯଶିପୁର ରାମତୀର୍ଥ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଓଭରସିଓର ସଂଘର ଜିଲ୍ଲା ସଭାପଟି ତାରାକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଧିବେଶନରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଜିଲ୍ଲା ସଭାପତି ରାଜ କୁମାର ମହାନ୍ତ , ସାଧରଣ ସଂପାଦକ ସୌମ୍ୟରଂଜନ ମହାନ୍ତି ଅଧିବେଶନ ପରିଚାଳନା କରିଥିଲେ । ମୂଖ୍ୟ ଅତିଥି ଭାବରେ ରାଜ୍ୟ କୃଷି ଓଭରସିଅର ସଂଘର ସଭାପତି ତୁଷାରକାନ୍ତି ମହାନ୍ତି, ସମ୍ମାନିତ ଅତିଥିଭାବରେ ସାଧାରଣ ସଂପାଦକ ପ୍ରମୋଦ କୁମାର ପ୍ରଧାନ, ରାଜ୍ୟ କୃଷି କର୍ମଚାରୀ ସଂଘର ସଭାପତି ଅମରେନ୍ଦ୍ର ଆଚାର୍ଯ୍ୟ, ସାଧାରଣ ସଂପାଦକ ନବଘନ ମୁଦୁଲି ରାଜ୍ୟ କୃଷି ଓଭରସିଓର ସଂଘରକାର୍ଯ୍ୟକାରୀ ପରିଷଦର ସଦସ୍ୟ କାର୍ତିକ ଜେନା, ମୁଖ୍ୟ ବକ୍ତା ଭାବରେ ରାଜ୍ୟ କୃଷି ଓଭରସିଓର ସଂଘର ମୂଖ୍ୟ ଉପଦେଷ୍ଟା କଳିଙ୍ଗ କୀଶୋର ମହାନ୍ତି ଯୋଗ ଦେଇ ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷି ଓଭରସିଓର ମିଳିତ କ୍ୟାଡର ରୁଲ ଓ ପଦବୀର ପୁନଃଗଠନ,ଗ୍ରାମ କୃଷି କର୍ମଚାରୀ ପଦବୀର ନାମ ପରିବର୍ତନ କରାଯାଇ ପଂଚାୟତ କୃଷି ଅଧିକାରୀ, କୃଷି ଓଭରସିଓର ପଦବୀର ନାମ ପରିର୍ତନ ସହ ସମାନୁପାତିକ ହାରରେ ସାରା ରାଜ୍ୟରେ କୃଷି ଓଭରସିଓର ପଦବୀ ସୃଷ୍ଟି ଆଦି ଦାବି ଗୁଡିକ ଉପରେ ଆଲୋଚନା କରିଥିଲେ । କୃଷି ଓଭରସିଓର ହେମନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଗ୍ରାମ୍ୟ କୃଷି କର୍ମଚାରୀ ଉତମ କୁମାର ସେଠୀ, ପାଣ୍ଡୁ ସିଂ, ସିଦ୍ଧିଲାଲ ବାର୍ଦା, ମମତା ଦେଓ କୃଷି ଓଭରସିଓର ସିଲନ୍ କୁମାର ଦାସ, ପ୍ରଦୀପ କୁମାର ମହାନ୍ତ, ଜୟରାମ ମହାନ୍ତ ଓ ପ୍ରଦୀପ କୁମାର ମଲ୍ଲିକ ଅଧିବେଶନ ପରିଚାଳନାରେସହଯୋଗ କରିଥିଲେ।