ବାଲେଶ୍ୱର : ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସଙ୍କ ପରଲୋକ
ବାଲେଶ୍ୱର : ବାଲେଶ୍ୱରର ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ରବିବାର ରାତିରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ହରି ପ୍ଲାଷ୍ଟ, ହରି ମେରାଇଲ, ହରି ପ୍ଲାଜା, ହରି ମୋଟର୍ସ ଭଳି ହରି ଉଦ୍ୟୋଗର ପ୍ରତିଷ୍ଠାତା ଥିଲେ ସ୍ୱର୍ଗତ ହିମାଂଶୁ ଦାସ । ସେହିପରି ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରି ଏଣ୍ଡ କମର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ । ବାଲେଶ୍ୱରରେ ହୋଇଆସୁଥିବା ଏକ୍ସପୋ ମେଳାକୁ ଶ୍ରୀ ଦାସ ପରିଚାଳନା କରୁଥିଲେ । ଏହାସହ ସେ ଜଣେ ମେଳାପି, ସମୟାନୁବର୍ତ୍ତି ଶିଳ୍ପପତି ଭାବେ ସାରା ଓଡ଼ିଶାରେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗରେ ଜିଲାର ବହୁ ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।