ପରଲୋକରେ ମରିସସ୍ର ପୂର୍ବତନ ରାଷ୍ଟ୍ରପତି ସାର୍ ଅନୀରୁଧ ଜୁଗନୌଥ
ନୂଆଦିଲ୍ଲୀ : ମିରିସସ୍ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ପଦ୍ମବିଭୂଷଣ ସାର ଅନୀରୁଧ ଜୁଗନୌଥଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସାର ଅନୀରୁଧଙ୍କ ମୃତ୍ୟୁ କାରଣ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଅନୀରୁଧ ଜୁଗନୌଥଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି ।
ସାର ଜୁଗନୌଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ବଂଶୋଦ୍ଭବ ପଦ୍ବ ବିଭୂଷଣ ସାର ଅନୀରୁଧ ଜୁଗନୌଥ ଆଧୁନିକ ମରିସସ୍ର ସ୍ରଷ୍ଟା ଜଣେ ମହାନ ପ୍ରବାସୀ ଭାରତୀୟ ବୋଲି ଲେଖିବା ସହ ଟ୍ବିଟ୍ର ମାଧ୍ୟମରେ ତାଙ୍କର ପରିବାର ତଥା ମରିସସ୍ର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୋଦୀ। ଶେଷରେ ମୋଦି ଲେଖିଛନ୍ତି ‘ଓମ୍ ଶାନ୍ତି’ । ୟୁରୋପୀୟ ୟୁନିୟନର ମରିସସ୍ ରାଷ୍ଟ୍ରଦୂତ ଭିନ୍ଲେଣ୍ଟ ଡେଜର୍ଟ ଟ୍ୱିଟ୍ କରି ଏହି ସୂଚନା ଦେବା ସହିତ ଅନୀରୁଧଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।