ଟିକା ଆଣିବାକୁ ଚେଷ୍ଟା କରୁଛୁ : ଡିଏମଇଟି
ଭୁବନେଶ୍ୱର : ଟିକା ଆଣିବା ନେଇ ସବୁଆଡୁ ଚେଷ୍ଟା କରୁଛୁ । ଚେଷ୍ଟା ଭୁଲ ନୁହେଁ, ଆମେ ଗ୍ଲୋବାଲ ଟେଣ୍ଡର କରି ଚେଷ୍ଟା କରିଥିଲୁ । ଗ୍ଲୋବାଲ ଟେଣ୍ଡର ଅର୍ଥ ନୁହେଁ ଆମେ ପାଇବୁ ବୋଲି ଗ୍ୟାରେଂଟି ରହିଛି । ଆମେ ପରିସ୍ଥିତିକୁ ଦେଖି କି ପଦକ୍ଷେପ ନିଆଯାଇ ପାରିବ ସ୍ଥିର କରିବୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଦେଶରୁ ଟିକା ଆଣିବାରେ ପୂର୍ବରୁ କଟକଣା ଥିଲା, ଆମେ ବିଫଳ ହେଇଛୁ । କଟକଣା କୋହଳ ହେଲାଣି, ଏବେ ଆମ ପାଖରେ ଆଉ ଏକ ସ୍କୋପ ଅଛି । ଥାର୍ଡ ୱେଭ କେବେ ଆସିବ, ପ୍ରଭାବ କେମିତି ରହିବ କହିବା ଅସମ୍ଭବ । ରାଜ୍ୟ ସରକାର ଥାର୍ଡ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଅପରପକ୍ଷରେ କରୋନା ତୃତୀୟ ଲହରକୁ ନେଇ ଡିଏମଇଟି କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ରହିଛି । ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଭିତିଭୂମି, ଅକ୍ସିଜେନ, ମେଡ଼ିସିନ, ସବୁ କିଛି ମହଜୁଦ ରହିଛି । ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର ଅନେକ ଜିଲ୍ଲାରେ କୋରନା କୋପ କମିବାର ଧାରା ଆରମ୍ଭ ହୋଇଛି । ଆମେ ଆଶା କରିବା ଏହି ଧାରା ବଜାୟ ରହୁ । ବିଗତ ଦିନରେ ବଢିଥିବା ସଂକ୍ରମଣ ମାମଲା ଯୋଗୁ ବର୍ତମାନ ମୃତ୍ୟୁ ମାମଲା ବଢୁଛି । ପୂର୍ବରୁ ମେଡ଼ିକାଲରେ ଆଡ଼ମିଟ ହୋଇଥିବା କିଛି କ୍ରିଟିକାଲ ପେସେଂଟଙ୍କର ଡେଥ ହେଉଛି । ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।