ଯୁବକଙ୍କ ଅକାଳ ବିୟୋଗ
ଯାଜପୁର : ଗଳପୁର ଥାନା ପାଲଟପୁର ପଞ୍ଚାୟତ ସାଠିବାଟି (ଧୋବାକୋଇଲି) ଗ୍ରାମର ବିଶ୍ୱନାଥ କରଙ୍କ ପୁଅ ଶରତ ଚନ୍ଦ୍ର କର ଓରଫ କାଳିଆ(୪୬)ଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଗତ ୨୨ତାରିଖରୁ ଘରୁ କେଉଁଆଡକୁ ପଳାଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ନପାଇବାରୁ ମଙ୍ଗ ଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ରେଲୱେ ଥାନା ପକ୍ଷରୁ ଖବର ପହଂଚିଥିଲା । ଆଜି ସକାଳେ ପରିବାର ଲୋକେ ଘଟଣାସ୍ଥଳରୁ ପହଂଚି ଶବ ଚିହ୍ନଟ କରିଥିଲେ । ସୂଚନାଥାଉକି ରେଲୱେ ପୁଲିସ ସୂଚନାଅନୁସାରେ କାଳିଆ ଘରୁ ୨୨ତାରିଖରେ ପଳାଇଯିବାପରେ ଗତ ୨୩ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ରାନିତାଲା ନିକଟରେ ଆତ୍ମହତ୍ୟା କରିଛି । ଗତ ୨୪ତାରିଖରେ ମୃତ ଶରୀର ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେବାପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ବ୍ୟବହାର କରୁଥିବା ମୋବାଇଲଟି ଭାଙ୍ଗିଯାଇଥିବାରୁ ସ୍ଥାନୀୟ ଲୋକେ ପାଇବା ପରେ ଉକ୍ତ ସିମ କାର୍ଡଟି ଅନ୍ୟ ଫୋନରେ ପକାଯିବାପରେ ମୃତ ଯୁବକଙ୍କ ସୂଚନା ମିଳିଥିଲା । ତାଙ୍କ ବିୟୋଗରେ ସରପଂଚ ଲିପିକା ମଲ୍ଲିକ, ସମିତିସଭ୍ୟ ଧିରେନ୍ଦ୍ର ମଲ୍ଲିକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା, ବିମଳ ମଲ୍ଲିକ, ସରୋଜ ବିଶ୍ୱାଳ, ମହେଶ୍ୱର ଜେନା, ରାଜେଶ ବିଶ୍ୱାଳ, ମଦନ ମଲ୍ଲିକ, ପ୍ରଭାକର ସାହୁ, ତ୍ରିଲୋଚନ କର, ପ୍ରଫୁଲ କର, ସୁଦର୍ଶନ ପର୍ତ୍ର, ସୁଦର୍ଶନ ମଲ୍ଲିକ, ଜ୍ୟୋତିପ୍ରକାଶ ମିଶ୍ର, ପାଣ୍ଡବ ମଲ୍ଲିକ, ସୋମ୍ୟରଂଜନ ବେହେରା, ପିତବାସ ବେହେରା, ଚନ୍ଦ୍ର ଶେଖର ସାହୁଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରକଟ ଜଣାଇଛନ୍ତି ।