ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ
ବାଲିଆପାଳ : ବାଲେଶ୍ୱର ଜିଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଜିଲା ଶିଶୁ ସୁରକ୍ଷା ବିଭାଗର ତତ୍ତ୍ୱାବଧାନରେ ବାଲିଆପାଳ ବ୍ଲକ ସଭା ଗୃହରେ ବିଡ଼ିଓ ବିନୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକଦିନିଆ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଉଥିଲା ।
କର୍ମଶାଳାରେ ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଏଲପିଓ ମୁକ୍ତିକାନ୍ତ ପଣ୍ଡା, ବାଲିଆପାଳ ଆଇଆଇସି ସୁବ୍ରତ କୁମାର ବେହେରା, ଏକ୍ସସିଡବ୍ଲୁସି ମେମ୍ବର ଶତ୍ରୁଘ୍ନ ମଲ୍ଲିକ, ଆଉଟରିଚ୍ ୱାର୍କର ସଂଯୁକ୍ତା ରାଉତ, ବାଲିଆପାଳ ବିଇଓ ସୁଧାଂଶୁ ଶେଖର ଜେନା ପ୍ରମୁଖ କର୍ମଶାଳାରେ ଯୋଗଦେଇ ଶିଶୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ କାନୁନ ସହିତ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ଆଉଟରିଚ୍ ୱାର୍କର ପୁଷ୍ପଲତା ଜେନା, ଚାଇଲ୍ଡ ଲାଇନର ଜିଲା ମୁଖ୍ୟ ପ୍ରଶାନ୍ତ ରାଉତ, ବାଲିଆପାଳ ଚାଇଲ୍ଡ ଲାଇନର ଟିମ୍ ମେମ୍ବର ଉତ୍ତମ କୁମାର ନାୟକଙ୍କ ସହିତ ବାଲିଆପାଳ ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସରପଞ୍ଚ ଓ ସରପଞ୍ଚଙ୍କ ପ୍ରତିନିଧି ଏବଂ ସମିତି ସଦସ୍ୟ ଉପସ୍ଥିତ ଥିଲେ ।