ଗାଡି ଚେକିଂ : ଯାଜପୁର ପୋଲିସ ଆଦାୟ କଲା ୬ ଲକ୍ଷ ଜୋରିମାନା
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ଜିଲା ପୋଲିସ ଯାଜପୁର ଜିଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଯାଜପୁର ପୋଲିସ ସମୁଦାୟ ଛଅଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ।
ଏହା ସହିତ ଜିଲାରେ ୨୪ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହ ୧୮୦.୭ ଲିଟର ଦେଶୀ ମଦ ଜବତ କରାଯାଇଛି ଓ ୨୪ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଅଛି ବୋଲି ଏ ସଂପର୍କରେ ଯାଜପୁର ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦେଇଛନ୍ତି ।