ଜି-୨୦ ଶିଖର ସମ୍ମିଳନୀ : ବାଲିରେ କଟକ ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ବାଲି ସହରରେ ଅଛନ୍ତି । ଏହି ଅବସରରେ ସେ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟି ସମ୍ୱୋଧିତ କରିଛନ୍ତି । ଲୋକଙ୍କୁ ସମ୍ୱୋଧିତ କରି ସେ କହିଛନ୍ତି, ଇଣ୍ଡୋନେସିଆର ବାଲିରେ ପହଂଚିବା ପରେ ପ୍ରତିଟି ଭାରତୀୟ ଏକ ଭିନ୍ନ ଅନୁଭୂତି ଲାଭ କରେ । ମୁଁ ତାହା ଅନୁଭବ କରିପାରୁଛି ।
ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲିଯାତ୍ରା ଚର୍ଚ୍ଚା । ଜି-୨୦ ସମ୍ମିଳନୀରେ ପାଇଁ ବାଲିରେ ପହଞ୍ଚି ଥିବା ମୋଦି ପ୍ରବାସୀ ଭାରତୀୟଙ୍କୁ ଙ୍କୁ ସମ୍ବୋଧନ କରି ବାଲିଯାତ୍ରାର ଉଦାହରଣ ଦେଇ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ହଜାର ବର୍ଷର ସଂପର୍କ ବିଷୟରେ କହିଥିଲେ। କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ରହିଆସିଥିବା ବାଣିଜ୍ୟକ ସଂପର୍କ ମନେପକାଇ ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଠାରୁ ୧୫ ଶହ କିମି ଦୂରରେ କଟକରେ ବାଲିଯାତ୍ରା ମହୋତ୍ସବ ଚାଲିଛି । ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସମ୍ପର୍କ ସ୍ମୃତିରେ ବାଲିଯାତ୍ରା ଚାଲିଛି । ଏହି ଯାତ୍ରା ହଜାରେ ବର୍ଷ ତଳର ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କ । ନେଟରେ ବାଲିଯାତ୍ରାର ଫଟୋ ଦେଖି ଏଠାକାର ଲୋକ ଗର୍ବିତ ଓ ଖୁସି ହେବେ ।
As I speak to you in Bali & we sing songs of Indonesian traditions, 1500 km away from here in India's Cuttack, Bali Yatra Mahotsav is going on – Bali Jatra. This Mahotsav celebrates thousands of years old India-Indonesia trade relations: PM at the Indian community event in Bali pic.twitter.com/DWCP7ShHpQ
— ANI (@ANI) November 15, 2022
୨୦୧୪ ପରଠୁ ଭାରତରେ ବଡ଼ ପରିବର୍ତନ ଆସିଛି । ଆଜି ଭାରତ ଅଭୂତପୂର୍ବ ଗତି ସହ କାମ କରୁଛି ଏବଂ ଅପ୍ରତ୍ୟାଶିତ ବିସ୍ତାର ସହ କାମ କରୁଛି । ସେହିପରି ଭାରତର ଟାଲେଂଟ, ଭାରତର ଟେକ୍ନୋଲଜି, ଭାରତର ଇନୋଭେସନ, ଭାରତର ଇଣ୍ଡଷ୍ଟ୍ରୀ ଆଜି ଦୁନିଆରେ ନିଜ ପରିଚୟ ସୃଷ୍ଟି କରିଛି’ । ପ୍ରଧାନମନ୍ତ୍ରୀ କହିଛନ୍ତି, ବାଲିରେ ଏକ ଭିନ୍ନ ପ୍ରକାର ମାହୋଲ ରହିଛି ଏବଂ ଏହି ମାହୋଲ ଭନ୍ନ ଏକ ଉର୍ଜା ପ୍ରଦାନ କରୁଛି । ଇଣ୍ଡୋନେସିଆ ପରମ୍ପରାକୁ ଜୀବିତ ରଖିଛି । ଆଜି ଆମେ ବାଲିର ପରମ୍ପରା ଗୀତ ଗାଉଛୁ । ଭାରତର କଟକ ସହରରେ ମହାନଦୀ କୂଳରେ ବାଲିଯାତ୍ରା ଚାଲୁଛି । ବାଲି ଠାରୁ ୧୫୦୦ କିଲୋମିଟର ଦୂର ଓଡ଼ିଶାରେ ବାଲି ଯାତ୍ରା ଚାଲିଛି । ଓଡ଼ିଶାର ଲୋକଙ୍କ ମନ ବାଲିରେ ଅଛି । ସେହିପରି ୨୦୧୮ ମସିହାରେ ଇଣ୍ଡୋନେସିଆରେ ଭୂମିକମ୍ପ ହୋଇଥିଲା, ସେହି ସମୟରେ ଭାରତ ଅପରେସନ ସମୁଦ୍ର ମିତ୍ର ଆରମ୍ଭ କରିଥିଲା । ସେହି ବର୍ଷ ମୁଁ ଜକାର୍ତା ଗସ୍ତ କରିଥିଲି ଏବଂ କହିଥିଲି ଭାରତ ଏବଂ ଇଣ୍ଡୋନେସିଆ ୯୦ ସମୁଦ୍ର ମାଇଲ ଦୂରରେ ଅଛନ୍ତି । ଦୁଇ ଦେଶ ୯୦ ନଟିକଲ ମାଇଲ ନିକଟରେ ଅଛନ୍ତି । ବାଲିର ଏହି ଭୂମି ମହର୍ଷି ମାର୍କଣ୍ଡେୟ ଏବଂ ମହର୍ଷି ଅଗସ୍ତଙ୍କ ତପସ୍ୟାରେ ପବିତ୍ର ।