୨୧ କେଜି ଗଞ୍ଜେଇ ଜବତ : କର ଜବତ ଜଣେ ଅଟକ
ଲମତାପୁଟ : ଲମତାପୁଟ ପୋଲିସକୁ ବଡ଼ ସଫଳତା । ଲମତାପୁଟ ଅଞ୍ଚଳରୁ ମହାରାଷ୍ଟ୍ର ଗଞ୍ଜେଇ ଚୋରା ବେଳେ କଡ୍ରି ମନ୍ଦିର ନିକଟରେ ମାଡିବସିଲା ପୋଲିସ । କର ଜବତ ସହ ଜଣେ ଅଟକ ।
ପେଟ୍ରୋଲିଂ ସମୟରେ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା ପୋଲିସ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳ ଜଣକୁ କାବୁ କରିଛି ପୋଲିସ । କାରକୁ ଯାଞ୍ଚ କରିବାରୁ ୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଟକ ଯୁବକ ଜଣକ ଜୟପୁର ବାରିଣୀପୁଟର ଉପେନ୍ଦ୍ର ଖରା ବୋଲି ଜଣା ପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୨ଲକ୍ଷ ରୁ ଅଧିକା ହେବ ବୋଲି ପୋଲିସ ସୂଚନା ଦେଇଛି ।