ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି…
ନୂଆଦିଲ୍ଲୀ : ଯଦି ଆପଣ ଘରେ ବସି ଅଧିକ ଟଙ୍କାର ରୋଜଗାର କରିବାକୁ ଚାହୁଁଛନ୍ତି, ତାହା ପୁଣି ବିନା ପରିଶ୍ରମରେ । ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । କଏନ୍ କିମ୍ୱା ନୋଟ୍ ସଂଗ୍ରହ କରିବାକୁ ପସନ୍ଦ କରନ୍ତି, ତେବେ ବର୍ତ୍ତମାନ ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆଜିକାଲି ଅନେକ ୱେବସାଇଟ୍ ଆଣ୍ଟିକ୍ ନୋଟ୍ ଓ କଏନ୍ ନିଲାମ କରୁଛନ୍ତି । ଆଜି ଆମେ ଆପଣଙ୍କୁ କରେନ୍ସି ନୋଟର ଏପରି ବିଶେଷତା ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣ ସମସ୍ତ ନୂତନ ଓ ପୁରୁଣା ନୋଟ୍ ଯାଞ୍ଚ କରିବାକୁ ବାଧ୍ୟ ହେବେ ।
ଯଦି ଆପଣଙ୍କ ପାଖରେ ଏହି ନୋଟ୍ ଅଛି, ତେବେ ତୁରନ୍ତ ଏହାକୁ ଅନଲାଇନ୍ ନିଲାମ କରନ୍ତୁ । ଏଥିପାଇଁ ଆପଣଙ୍କ ପାଖରେ ଥିବା ୧, ୨, ୧୦, ୧୦୦, ୫୦୦, ୨୦୦, ୨୦୦୦ ଟଙ୍କାର ନୋଟରେ କେବଳ ଗୋଟିଏ ବିଶେଷତା ରହିବା ଆବଶ୍ୟକ । ଏଥିରେ ୭୮୬ ନମ୍ୱରର ସିରିଜର କୌଣସି କରେନ୍ସି ନୋଟ୍ ଅଛି, ତେବେ ଆପଣ ଇ-ବେ ୱେବସାଇଟକୁ ଯାଇ ସେଠାରେ ଆପଣଙ୍କର ନୋଟର ମୂଲ୍ୟ ଆଦାୟ କରିପାରିବେ । ବାସ୍ତବରେ, ଭାରତୀୟ ମୁଦ୍ରାର ବିରଳ ନୋଟଗୁଡିକର ନିଲାମ ଇ-ବେରେ କରାଯାଇଥାଏ । ଇ-ବେ ସବୁବେଳେ ନୋଟ୍ ପାଇଁ ନିଲାମ ଡାକିଥାଏ । ଯେକୌଣସି ସାଧାରଣ ବ୍ୟକ୍ତି ଏହି ନିଲାମରେ ଅଂଶ ଗ୍ରହଣ କରିପାରିବେ ।
ଏହାପୂର୍ବରୁ ମଧ୍ୟ ୭୮୬ ଅଙ୍କ ବିଶିଷ୍ଟ ନୋଟ୍ ପାଇଁ ଲୋକମାନେ ୩ ଲକ୍ଷ ଟଙ୍କା ପାଇଛନ୍ତି । ଯଦି ଆପଣଙ୍କୁ ମନେ ଅଛି ତ କୁଲି ଫିଲ୍ମରେ ଅମିତାଭ ବଚ୍ଚନଙ୍କର ବ୍ୟାଜ୍ ନମ୍ବର ୭୮୬ ଥିଲା । ବାସ୍ତବରେ ବହୁ ସଂଖ୍ୟକ ଲୋକ ୭୮୬କୁ ଏକ ଶୁଭ ଓ ଭାଗ୍ୟଶାଳୀ ସଂଖ୍ୟା ଭାବରେ ବିଶ୍ୱାସ କରନ୍ତି । ଏପରି ପରିସ୍ଥିତିରେ ଏହା ସମ୍ଭବ ଯେ ନିଲାମରେ କୌଣସି ବ୍ୟକ୍ତି ଆପଣ ମାଗୁଥିବା ରାଶି ଆପଣଙ୍କୁ ପ୍ରଦାନ କରିପାରେ । ୭୮୬ ଅଙ୍କ ବିଶିଷ୍ଟ ଏହି ବିଶେଷ ନୋଟ୍ ବିକ୍ରୟ କରିବା ପାଇଁ ଆପଣଙ୍କୁ ଘରୁ ବାହାରିବା ମଧ୍ୟ ଆବଶ୍ୟକ ନାହିଁ । ଇବେ ଓ କ୍ଲିକ୍ ଇଣ୍ଡିଆ ପରି ଅନେକ ୱେବସାଇଟ୍ ଅଛି, ଯିଏ ଏହିପରି ସ୍ୱତନ୍ତ୍ର ନୋଟ୍ ଖୋଜିବା ଏବଂ ନିଲାମ କରିବାର କାର୍ଯ୍ୟ କରିଥାଏ । କ୍ଲିକ୍ ଇଣ୍ଡିଆ ସାଇଟରେ ହ୍ୱାଟସଆପରେ ସିଧାସଳଖ ବିକ୍ରୟ କରିବାକୁ ଏକ ଲିଙ୍କ୍ ମଧ୍ୟ ଦିଆଯାଇଛି ।
ଅନଲାଇନ୍ ନିଲାମ ପାଇଁ ଆପଣଙ୍କୁ ଆପଣଙ୍କ ପାଖରେ ଥିବା ଏହି ଖାସ୍ ପ୍ରକାରର ନୋଟର ଫଟୋ ଇ-ବେରେ ଅପଲୋଡ୍ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ନିଲାମ ୱେବସାଇଟରେ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ପଡିବ । ପରେ ଏହି ଫଟୋ ସାଇଟରେ ଅପଲୋଡ୍ କରିବାକୁ ପଡିବ । ଏହା ପରେ କିଣିବାକୁ ଆଗ୍ରହୀ ଲୋକମାନେ ସିଧାସଳଖ ଆପଣଙ୍କ ସହିତ ଯୋଗାଯୋଗ କରିବେ । ସେମାନଙ୍କ ସହ କଥାବାର୍ତ୍ତା କରି ଆପଣ ଖାସ୍ ନୋଟର ମୂଲ୍ୟ ସ୍ଥିର କରିପାରିବେ । ଆହୁରି ମଧ୍ୟ ନୋଟର ଡେଲିଭରୀ କିପରି ଓ କେଉଁଠାରେ କରାଯିବ ତାହା ସ୍ଥିର କରିପାରିବେ ।