୨୦୨୧-୨୨ ବର୍ଷରେ ୨୮.୦୮ ନିୟୁତ ହେକ୍ଟରରେ ୩୪୨.୩୩ ନିୟୁତ ଟନ ରେକର୍ଡ ଉଦ୍ୟାନକୃଷି ଫସଲ ଉତ୍ପାଦନ ନେଇ ଆକଳନ
ନୂଆଦିଲ୍ଲୀ : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି । ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି । ୨୦୨୧-୨୨ ବର୍ଷରେ ମୋଟ୍ ୩୪୨.୩୩ ନିୟୁତ ଟନ ମୋଟ୍ ଉଦ୍ୟାନ କୃଷି ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି, ଏହା ୨୦୨୦-୨୧ (ଅନ୍ତିମ) ବର୍ଷ ତୁଳନାରେ ୭.୭୩ ନିୟୁତ ଟନ (୨.୩% ବୃଦ୍ଧି) ଅଧିକ । ସେହିପରି ପୂର୍ବ ବର୍ଷ ୧୦୨.୪୮ ନିୟୁତ ଟନ୍ ଫଳ ଉତ୍ପାଦନ ତୁଳନାରେ ଚଳିତ ବର୍ଷ ଏହା ୧୦୭.୨୪ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି । ପନିପରିବା ଉତ୍ପାଦନ ପୂର୍ବବର୍ଷ ୨୦୦.୪୫ ନିୟୁତ ଟନ ଥିବା ବେଳେ ଚଳିତ ବର୍ଷ ୨୦୪.୮୪ ନିୟୁତ ଟନ୍ ରହିବା ନେଇ ଆକଳନ କରାଯାଇଛି । ଗତ ବର୍ଷ ପିଆଜ ଉତ୍ପାଦନ ୨୬.୬୪ ନିୟୁତ ଟନ୍ ଥିଲା ଯାହାକି ଏଥର ୩୧.୨୭ ନିୟୁତ ଟନ୍ ରହିବା ନେଇ ଆକଳନ କରାଯାଇଛି । ଆଳୁ ଉତ୍ପାଦନ ୫୩.୩୯ ନିୟୁତ ଟନ ଥିଲା ଏହା ଏବେ ୫୬.୧୭ ନିୟୁତ ଟନ୍ ହେବା ନେଇ ଆକଳନ କରାଯାଇଛି । ବିଲାତି ବାଇଗଣ ଉତ୍ପାଦନ ପୂର୍ବ ବର୍ଷର ୨୦.୩୩ ନିୟୁତ ଟନ୍ ତୁଳନାରେ ଚଳିତ ବର୍ଷ ୨୧.୧୮ ନିୟୁତ ଟନ୍ ରହିବା ନେଇ ଆକଳନ କରାଯାଇଛି ।