୧୨ ଫୁଟର ଅଜଗର ସାପ ଉଦ୍ଧାର
ଜୟପୁର : ଜୟପୁର ଅଂଚଳରୁ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି । ଜୟପୁର ନିକଟ ମୁଣ୍ଡିଗୁଡା ଜମିରେ ସାପ ଦେଖି ଗ୍ରାମବାସୀ ମାନେ ଜୟପୁର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳର ମୁଖ୍ୟ କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ ଖବର ଦେଇଥିଲେ । କୃଷ୍ଣ କେଶବ ଷଡଙ୍ଗୀ ତୁରନ୍ତ ଖବର ପାଇ ମୁଣ୍ଡିଗୁଡାରେ ପହଂଚି ଥିଲେ । ମୁଣ୍ଡିଗୁଡା ଧାନ ଜମିରୁ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରିଥିଲେ । ଅଜଗର ସାପଟି ୧୨ ଫୁଟ ଲମ୍ବା ହୋଇଥିବା ବେଳେ ୧୪ କିଲୋ ଓଜନ ରହିଛିି । ଅଜଗରକୁ ଉଦ୍ଧାର କରି ଜୟପୁର ବନାଂଚଳ ଅଧିକାରୀ ରଞ୍ଜିତା ନାୟକ ଉପସ୍ଥିତିରେ ଉଦ୍ଧାରକାରୀ ଟିମର ମୁଖ କୃଷ୍ଣ କେଶବ ଷଡଙ୍ଗୀ ଅଜଗର ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡି ଥିଲେ ।