ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ, କ୍ଷତି ପୂରଣ ଦାବିନେଇ ରାସ୍ତାରୋକ
ଜୟପୁର : କେବିଦି ରଣିଗଡ ରାସ୍ତା ରେ ଅଜଣାଗାଡି ଧକ୍କାରେ ଜଣେ ଯୁବକ ର ମୃତ୍ୟୁ ଘଟିବା ପରେ ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।
ସୂଚନା ଅନୁଯାୟୀ, କେବିଡ଼ି ଗ୍ରାମର ପର୍ଶୁ ପରଜାଙ୍କୁ ,ବୋରିଗୁମ୍ମା-କୋରାପୁଟ କୁ ସଂଯୋଗ କରୁଥିବା ରାଜ୍ୟରାଜ ପଥ-୪୮, ବାଲି ପୂଜାରିପୁଟ ନିକଟ ରେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଘଟଣାସ୍ଥଳରେ ଗୋଟିଏ ମଇଁଷି ମଧ୍ୟ ଆହତ ଅବସ୍ଥାରେ ରେ ପଡି ରହିଛି । ।ମୃତକ ଙ୍କୁ କ୍ଷତି ପୁରଣ ଓ ଧକା ଦେଇଥିବା ଗାଡି ଜବତ ନ ହେବା ଯାଏଁ ଘଟଣା ସ୍ଥଳରୁ ପରିବାର ବର୍ଗ ଉଠିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଘଟଣାସ୍ଥଳରେ ବି. ସିଂହପୁର ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ପହଂଚି ଲୋକମାନଙ୍କୁ ବୁଖସୁଝା କରୁଥିବା ଦେଖିବାକୁ ମିଳିଛି ।