ନକଲି ଡାକ୍ତର ଗିରଫ, ଲକ୍ଷାଧିକ ଟଙ୍କାର ଔଷଧ ଜବତ
ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କଦମ୍ବଦର୍ହ ଗ୍ରାମରେ ବେଆଇନ କ୍ଲିନିକ୍ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗରେ ନକଲି ଡାକ୍ତର ଗିରଫ ହୋଇଛନ୍ତି। ଗିରଫ ନକଲି ଡାକ୍ତର ପଶ୍ଚିମବଙ୍ଗ କୋଲକାତା ରାଣାଘାଟ ଅଞ୍ଚଳର ପ୍ରଶାନ୍ତ ରାୟ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ ବୋଲି ଜଣାପଡିଛି।
କୋଲକାତାର ଏକ ଅନୁଷ୍ଠାନରୁ ୧୫ ଶହ ଟଙ୍କାରେ ଏକ ନକଲି ସାର୍ଟିଫିକେଟ କିଣି ନିଜକୁ ଡାକ୍ତର ପରିଚୟ ଦେଇ ଦୀର୍ଘ ବର୍ଷ ଧରି ଠକୁଥିବା ଜଣାପଡିଛି। ଜିଲ୍ଲାର ଗ୍ରାମାଞ୍ଚଳରେ ଏଭଳି କ୍ଲିନିକ ଖୋଲି ଠକୁଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ସୂଚନା ମିଳିଲେ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେବାକୁ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାଏକ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି।