ବ୍ରାଉନସୁଗର ଜବତ, ଜଣେ ଗିରଫ
କଟକ : ବାଦାମବାଡି ଥାନା ପୋଲିସ ଗତକାଲି ରାତି ୮ଟା ୪୫ ମିନିରେ ଖାନନଗର ନିକଟସ୍ଥ କାଠଯୋଡି ନଦୀକୂଳ ପଡିଆରେ ଚଢଉ କରି ୧୪ ଗ୍ରାମ୍ ୧୫ ମିଲିଗ୍ରାମ୍ ବ୍ରାଉନସୁଗର ଜବତ କରିଥିବା ବେଳେ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଉରାଳି ମଳିକସାହିର ପାପୁ ଓରଫ ଚନ୍ଦ୍ରମଣି ମଲ୍ଲିକ(୩୦) । ପୋଲିସ ପ୍ରଦତ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ୮ଟା ୪୫ ରେ ଉରାଳିର ଚନ୍ଦ୍ରମଣି ଓ ପ୍ରଶାନ୍ତ ମଲ୍ଲିକ ବ୍ରାଉନସୁଗର ଧରି ଖାନନଗର ନିକଟସ୍ଥ କାଠଯୋଡି ନଦୀକୂଳ ପଡିଆରେ ଗ୍ରାହକଙ୍କୁ ଅପେକ୍ଷା କରିଥିବାର ଖବର ବାଦାମବାଡି ଥାନାରେ ପହଂଚିଥିଲା । ଥାନା ପୋଲିସ ସଦଳବଳେ ସେଠାରେ ଚଢଉ କରି ଚନ୍ଦ୍ରମଣିକୁ ଧରିଥିବା ବେଳେ ପ୍ରଶାନ୍ତ ତା ହୋଣ୍ଡା ଆଭିଏଟର ଗାଡି ଓ ମୋବାଇଲ ଛାଡି ଦୈାଡି ପଳାଇଥିଲା । ପୋଲିସ ଚନ୍ଦ୍ରମଣିଠାରୁ ବ୍ରାଉନସୁଗର ଜବତ କରିବା ସହିତ ତା’ର ଟିଭିଏସ୍ ଆପାଚି ବାଇକ(ଓଆର-୦୨-ଏଆର-୬୦୩୫) ପ୍ରଶାନ୍ତର ଆଭିଏଟର((ଓଡି-୦୫-ୱାଇ-୦୪୬୧) ସହିତ ଦୁଇଟି ମୋବାଇଲ ଫୋନ ଜବତ କରିଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।