୮ରୁ ୧୧ ବାଲେଶ୍ୱରରେ ଓଡ଼ିଶା ପରିକ୍ରମା ପଦଯାତ୍ରା
ବାଲେଶ୍ୱର : ବାଲେଶ୍ୱର ଜିଲା କଂଗ୍ରେସ ଭବନରେ ଶନିବାର ଭାରତ ଯୋଡ଼ ଯାତ୍ରା ପାଇଁ ଜିଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲା ସଭାପତି ସଞ୍ଜୀବ କୁମାର ଗିରିଙ୍କ ସଭାପତିତ୍ୱ କରି ଆସନ୍ତା ୩୧ ତାରିଖ ଠାରୁ ଓଡ଼ିଶା କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ଅନୁରୂପ ଓଡ଼ିଶା ପରିକ୍ରମା ନାମରେ ଏକ ପଦଯାତ୍ରା ୨୨୫୦ କିଲୋମିଟର ବ୍ୟାପି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଯାଉଛି । ବାଲେଶ୍ୱରରେ ଏହି ଯାତ୍ରା ୭୫ କିଲୋମିଟର ବ୍ୟାପି ଅନୁଷ୍ଠିତ ହେବ । ବାଲେଶ୍ୱର ସୀମା ରାଣୀତାଲରୁ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୧ତାରିଖ କଳମା ଠାରେ ଏହି ଯାତ୍ରା ବାଲେଶ୍ୱରରେ ଶେଷ ହେବ । ଏହି ଭାରତ ଯୋଡ଼ ଯାତ୍ରା ଓଡ଼ିଶା ପରିକ୍ରମା ପାଇଁ ଶନିବାର ବାଲେଶ୍ୱର ଜିଲା ସଭାପତି ସଞ୍ଜୀବ କୁମାର ଗିରିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଜିଲା କଂଗ୍ରେସ ଭବନ ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ବୈଠକରେ ସୁଦର୍ଶନ ଦାସ, ସତ୍ୟଶିବ ଦାସ, ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସନ୍ତୋଷ କୁମାର ଜେନା, ଅର୍ଚ୍ଚନା ନନ୍ଦି, ପ୍ରଜ୍ଞା ପରମିତା ମହାନ୍ତି, ଜ୍ୟୋତ୍ସ୍ନା ସେନାପତି, ବାସନ୍ତୀ ସାମଲ, ବିକାଶ ଦାସ, ଗୌତମ ସାହୁ, ରଞ୍ଜନ ଦାସ, ଦେବଦତ୍ତ ଦାସ, ନିରଞ୍ଜନ ବେହେରା, ମନୋରଞ୍ଜନ ପଣ୍ଡା, ତରୁଣ ଦାସ, ଶ୍ରୀକାନ୍ତ ଜେନା, ରାଜୀବ ପରିଡ଼ା, ମଧୁସୁଦନ ମହାପାତ୍ର, ଗଦାଧର ପରିଡ଼ା, ଉପେନ୍ଦ୍ର ବେହେରା, ରାଜେନ୍ଦ୍ର ମହାନ୍ତି, ପ୍ରଦୀପ ବେହେରା, ନିରଞ୍ଜନ ପରିଡ଼ା, ଘନଶ୍ୟାମ ବେହେରା, ବିଦ୍ୟାଧର ମହାନ୍ତି, ଜୀବନ ମହାପାତ୍ର, ରାହାଶ ମହାପାତ୍ର, ଅଟଳ ବିହାରୀ ରାଉତ, ହେମନ୍ତ ନାୟକ, ନବ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।