ବାଲେଶ୍ୱର : କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ ଜଣେ ଗିରଫ
ବାଲେଶ୍ୱର : ବାଲେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନ ସୁଗର। ଏଥର ଲକ୍ଷେ ନୁହଁରେ କି ଦୁଇ ଲକ୍ଷ ନୁହେଁ, ଏକାଥରେ କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ ହୋଇଛି । ଏଥିସହ ସମ୍ପୃକ୍ତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ସୂଚନା ଯେ,କଟକସ୍ଥିତ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ବାଲେଶ୍ଵର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରୁ ଜଣେ ଯୁବକ ଠାରୁ ଏକ କିଲୋ ଓଜନର ବ୍ରାଉନ ସୁଗର ଜବତ କରିଛି । ଜବତ ବ୍ରାଉନ ସୁଗର ମୂଲ୍ୟ ଅନ୍ତର୍ଜ୍ୟତିକ ବଜାରରେ କୋଟିଏ ଟଙ୍କା ହେବ । ପଶ୍ଚିମବଙ୍ଗର ମୁର୍ଷିଦାବାଦରୁ ବାଲେଶ୍ଵରକୁ ବ୍ରାଉନ ସୁଗର ଚାଲାଣ ହେଉଥିବା ଖବରପାଇ ଏସଟିଏଫ ଟିମ ଡିଏସପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ ପୂର୍ବରୁ ରେଳ ଷ୍ଟେସନରେ ଛକି ରହିଥିଲେ।
ସୂଚନା ଯେ,ପଶ୍ଚିମବଙ୍ଗର ବିଭିନ୍ନ ଜିଲାରୁ ନିୟମିତ ଭାବେ ବ୍ରାଉନ ସୁଗର ଓଡ଼ିଶାର ବିଭିନ୍ନ ଜିଲାକୁ ଚାଲାଣ ହେଉଥିବା ବେଳେ ଜଳେଶ୍ୱର ଓ ବାଲେଶ୍ଵର ସହରରେ ଏହାର ପେଣ୍ଠ ସ୍ଥଳ ସୃଷ୍ଟି ହୋଇଛି । ବିଗତ ଏକ ବର୍ଷ ମଧ୍ୟରେ ଏସଟିଏଫ ଟିମ, ବିଭନ୍ନ ଥାନା ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୦ ଜଣ ବ୍ରାଉନ ସୁଗର ଚାଲାଣକାରୀ ଓ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨୫ କିଲୋଗ୍ରାମ ଓଜନର ଧଳାଜହର ଜବତ ହୋଇଛି ।