ମିଗ୍-୨୯ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ପାଇଲଟ୍
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍ ୨୯ ଦୁର୍ଘଟଣାଗ୍ରସ୍ତ ହୋଇଛି । ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପାଇଲଟ। ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଗୋଆ ତଟରେ ଅଭ୍ୟାସ ସମୟରେ ଦୁର୍ଘଟଣା ଘଟିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଓଆ। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନି । ବେସକୁ ଫେରୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି ।
ଏହି ଯୁଦ୍ଧ ବିମାନଟି ୨୦୧୯ର ଭାରୀୟ ବାୟୁ ସେନାରେ ସାମିଲ ହୋଇଥିଲା। ମିଗ୍ ୨୯ ଋଷଦ୍ବାରା ନିର୍ମିତ ଏକ ଯୁଦ୍ଧ ବିମାନ । କେ ୩୬ଡି ୩.୫ (K-36D-3.5) ଇଜେକ୍ସନ୍ ସିଟ୍ ସହିତ ସୁସଜ୍ଜିତ ହୋଇଛି । ଯାହାକି ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ବୋଲି ବିବେଚନା କରାଯାଏ । ସୂଚନା ଅନୁସାରେ ପୂର୍ବରୁ ଅର୍ଥାତ ୨୦୨୦ ନଭେମ୍ବର ୨୦ରେ ମିଗ୍ ୨୯କେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୧୧ ଦିନର ରେସକ୍ୟୁ ଅପରେସନ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ୨୦୧୯ ନଭେମ୍ବରରେ, ଗୋଆର ଏକ ଗ୍ରାମ ବାହାରେ ଏକ ମିଗ୍-୨୯ କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ଯାଇଥିଲେ। ସେହିପରି ଚଳିଚ ବର୍ଷ ଫେବୃଆରୀରେ ମଧ୍ୟ ମିଗ୍ ୨୯କେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ଯୁଦ୍ଧ ବିମାନଟି ରକ୍ଷା ପାଇଯାଇଥିଲା । ପାଇଲଟଙ୍କ ଏହି ସାହାସିକ କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀପଦ ନାଏକ ଉଭୟଙ୍କୁ ପ୍ରଂଶାସ ମଧ୍ୟ କରିଥିଲେ। ପ୍ରକାଶ ଥାଉ କି, ଅକ୍ଟୋବର ୫ ତାରିଖରେ ଅରୁଣାଚଳ ପ୍ରଦେଶରେ ତଓ୍ବାଙ୍ଗ ଅଞ୍ଚଳରେ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗ ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିଲା ।ଚୀନ ଭାରତ ସୀମାରେ ତିକ୍ତତା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ସେନାକୁ ସୁଦୃଢ କରିବା ପାଇଁ ସେନାରେ କିଛି ଲଢୁଆ ବିମାନ ସାମିଲ କରିଥିଲେ। ଯେଉଁଥିରେ ରହିଥିଲା କିଛି ଶକ୍ତିଶାଳୀ ସୁଖୋଇ-30ଏମକେଆଇ ସହ ୨୧ଟି ମିଗ୍-୨୯ ଫାଇଟର ଜେଟ୍ । ଏଥିସହିତ ଭାରତରେ ଆଗରୁ ଥିବା ୫୯ଟି ମିଗ୍ ଜେଟ୍ ହେବ ଅପଗ୍ରେଡ୍ । ଏହି ଅପଗ୍ରେଡ୍ ପାଇଁ ଖର୍ଚ୍ଚ ହେବ ୧୮,୧୪୮ କୋଟି ଟଙ୍କା । କେବଳ ସେତିକି ନୁହେଁ ବାୟୁସେନା ଓ ନୌସେନା ପାଇଁ ନୂଆ ଏବଂ ଅତ୍ୟାଧୁନିକ ଏୟାର ମିସାଇଲ୍ ବି କିଣାଯିବାର ଅଛି । ମୋଟ୍ ୨୪୮ଟି ଏୟାର ମିସାଇଲ୍ କିଣିବାକୁ ଯାଉଛି ଭାରତ । ଯାହା ଭାରତକୁ ଯୁଦ୍ଧ ସମୟରେ ଶକ୍ତି ଯୋଗାଇବ । ଏହାସହ ଶତ୍ରୃକୁ ଦୃଢହସ୍ତରେ ମଧ୍ୟ ଦମନ କରିବ।