ମଙ୍ଗଳବାର ଦିନ କରନ୍ତୁ ଏହି ଖାସ୍ ଉପାୟ ! ଜୀବନରେ ଆସିଥାଏ ସୁଖ ସମୃଦ୍ଧି
ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା କରିବାର ବିଶେଷ ମହତ୍ୱ ରହିଛି । ହନୁମାନଙ୍କୁ ଭଗବାନ ଶିବଙ୍କର ରୁଦ୍ର ଅବତାର ମାନା ଯାଇଥାଏ। ଏହିଦିନ ହନୁମାନଙ୍କୁ ପୂଜା କରିବା ଏବଂ ବିଶେଷ ଉପାୟ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଭରିଯିବ ସହ କୌଣସି କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବାର ମାନ୍ୟତା ରହିଛି।
ଜପ କରନ୍ତୁ ଏହି ମନ୍ତ୍ର :
ମଙ୍ଗଳବାର ଦିନ ସକାଳେ ସ୍ନାନ ସାରିବା ପରେ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ବସ୍ତ୍ର ଅର୍ପଣ କରିବା ସମୟରେ ରାମ ଭକ୍ତ ହନୁମାନଙ୍କ ସାମ୍ନାରେ ଚମେଲୀର ତେଲ ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ତାଙ୍କୁ ଗୋଲାପ ମାଳା ଅର୍ପଣ କରନ୍ତୁ। ହନୁମାନଙ୍କ ପ୍ରତିମାର କାନ୍ଧରେ କେବଡେର ଅତର ଲଗାନ୍ତୁ। ଏହାପରେ ପାନପତ୍ରରେ ଗୁଡ଼ା ଓ ଚଣା ରଖି ଭୋଗ ଲଗା ଯାଇଥାଏ। ଏହାପରେ ଏହି ମନ୍ତ୍ରରେ ତୁଳସୀ ମାଳା ଦ୍ଵାରା ଜପ କରନ୍ତୁ। ଧ୍ୟାନ ରଖନ୍ତୁ ୫ ମାଳା ନିଶ୍ଚିତ ଜପ କରନ୍ତୁ।
ମନ୍ତ୍ର ::
ରାମ ରାମେତି ରାମେତି ରମେ ରାମେ ମନୋରମେ।
ସହସ୍ର ନାମ ତତ୍ତୁନ୍ୟଂ ରାମ ନାମ ବରାନନେ।।
ବରଗଛ ପତ୍ରର ପ୍ରୟୋଗ :
ମଙ୍ଗଳବାର ଦିନ ସକାଳେ ସ୍ନାନ ସାରି ବରଗଛର ଏକ ପତ୍ର ତୋଳି ଘରକୁ ଆଣନ୍ତୁ। ଏହାକୁ ସଫା ପାଣିରେ ଧୋଇ ହନୁମାନଙ୍କ ପ୍ରତିମା ସାମ୍ନାରେ ରଖି ଦିଅନ୍ତୁ ଏବଂ ପୂଜା କରନ୍ତୁ। ସେହି ପତ୍ରରେ କେଶର ଦ୍ଵାରା ଶ୍ରୀରାମ ଲେଖନ୍ତୁ। ଏହାପରେ ସେହି ପତ୍ରକୁ ନିଜ ପାଖରେ ରଖି ଦିଅନ୍ତୁ। କୁହାଯାଇଛି କି ଏଭଳି କରିବା ଦ୍ୱାରା ଧନର କେବେବି ଅଭାବ ହୁଏ ନାହିଁ। ଧ୍ୟାନ ରଖନ୍ତୁ କି ପତ୍ର ଶୁଖିବା କ୍ଷଣି ଏହାକୁ ଗଙ୍ଗା ନଦୀରେ ପ୍ରବାହିତ କରି ଦିଅନ୍ତୁ।
ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା :
ହନୁମାନ ଭଗବାନ ଶ୍ରୀରାମଙ୍କର ଭକ୍ତ ଅଟନ୍ତି । ଏଥିପାଇଁ ଶ୍ରୀରାମଙ୍କର ଭକ୍ତଙ୍କ ଉପରେ ହନୁମାନଙ୍କର ବିଶେଷ କୃପା ରହିଥାଏ। ମଙ୍ଗଳବାର ଦିନ ହନୁମାନଙ୍କ ପୂଜାର୍ଚ୍ଚନା କରିବା ସହିତ ସୀତା ମାତା ଓ ଭଗବାନ ଶ୍ରୀରାମଙ୍କର ମଧ୍ୟ ଆରାଧନା କରିବା ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କୁହାଯାଏ ଏଭଳି କରିବା ଦ୍ୱାରା ଭଗବାନ ହନୁମାନ ସବୁ ମନସ୍କାମନା ପୂରଣ କରିଥାନ୍ତି। କଷ୍ଟରୁ ମୁକ୍ତି ପାଇବା ପାଇଁ ରାମ ରକ୍ଷା ସ୍ତୋତ୍ର ପାଠ କରାଯାଇଥାଏ।
ହନୁମାନ ଚାଳିଶା ପାଠ :
ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ। ଯଦି ସମ୍ଭବ ଏହିଦିନ ହନୁମାନ ମନ୍ଦିର ମଧ୍ୟ ଯାଆନ୍ତୁ ଏବଂ ପ୍ରତିମା ଆଗରେ ସୋରିଷ ତେଲ ବା ଶୁଦ୍ଧ ଘିଅ ଦୀପ ପ୍ରଜ୍ବଳନ କରିବା ଆବଶ୍ୟକ। ଏଭଳି କୁହାଯାଏ ଭକ୍ତ ମାନଙ୍କର ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଥାଏ।
ଅଶ୍ୱତ୍ଥ ଗଛ ପୂଜା :
ହିନ୍ଦୁ ଧର୍ମ ଅନୁସାରେ ଅଶ୍ୱତ୍ଥ ଗଛରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ। ଏଥିପାଇଁ ମଙ୍ଗଳବାର ଦିନ ଅଶ୍ୱତ୍ଥ ଗଛ ପୂଜା କରିବାର ଅତ୍ୟନ୍ତ ଫଳଦାୟୀ ମାନା ଯାଇଥାଏ। ମାନ୍ୟତା ରହିଛି କି ଏଭଳି କରିବା ଦ୍ୱାରା ସବୁ କଷ୍ଟର ନିବାରଣ ହୋଇଥାଏ।