ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ ବାରିପଦା ତା.୦୧.୧୦.୨୦୨୨ ରିଖ
ମୟୂରଭଞ୍ଜ : ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ମାସର ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ଦ୍ୱିତୀୟ ସୋମବାର-ତା.୧୦.୧୦.୨୦୨୨ ରିଖରେ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ତୃତୀୟ ସୋମବାର ତା.୧୭.୧୦.୨୦୨୨ ରିଖରେ ପାଞ୍ଚପୀଢ ଉପଖଣ୍ଡ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ଚତୁର୍ଥ ମଙ୍ଗଳବାର ତା.୨୫.୧୦.୨୦୨୨ ରିଖରେ କପ୍ତିପଦା ଉପଖଣ୍ଡ ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ପଂଚମ ସୋମବାର ତା.୩୧.୧୦.୨୦୨୨ ରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ କେନ୍ଦ୍ର ଠାରେ ଅନୁଷ୍ଠିତ ହେବ । ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ / ଉପଖଣ୍ଡର ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସିଡିପିଓ, ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଏବଂ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁଥିବା ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ସଂପୃକ୍ତ ଅଚଂଳର ଜନ ସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସଂପର୍କୀତ ଅଭିଯୋଗ ଲିଖିତ ଅଥବା ମୌଖିକ ଭାବେ ଶିବିରରେ ଉପସ୍ଥିତ ରହି ଜଣାଇ ପାରିବେ ।