ଖୁସି ଖବର ! ଟି-୨୦ ବିଶ୍ଵକପ୍ରେ ଖେଳିବେ ବୁମରା !
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟି-୨୦ ବିଶ୍ଵ କପ୍ରେ ଖେଳିବାର ଆଶା ବଳବତ୍ତର ରହିଛି। ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହ ସମୟ ବାକି ରହିଛି। ଆଶା କରାଯାଉଛି ସେତେବେଳକୁ ବୁମରା ସୁସ୍ଥ ହୋଇ ଯାଇଥିବେ।
ସୂଚନା ଯେ, ପିଠିରେ ଆଘାତ କାରଣରୁ ଯଶପ୍ରୀତ ବୁମରା ଟି-୨୦ ବିଶ୍ଵ କପ୍ ୨୦୨୨ରୁ ବାଦ୍ ପଡିଛନ୍ତି। ଚଳିତ ବର୍ଷ ସେ ଲଗାତାର ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହା ପୂର୍ବରୁ ଏସିଆ କପ୍ରୁ ବାଦ୍ ପଡିଥିଲେ। ପୁଣି ଅଷ୍ଟ୍ରେଲିଆ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ଏବେ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ବାହାର ହୋଇ ଯାଇଛନ୍ତି। ହେଲେ ଏହା ମଧ୍ୟରେ ବିସିସିଆଇ ସୂତ୍ରରୁ ଖବର ଆସିଛି ଯେ, ଏବେ ବି ଦଳ ପ୍ରବନ୍ଧକଙ୍କ ବୁମରାଙ୍କ ବିଶ୍ଵ କପ୍ ଖେଳିବା ନେଇ ଆଶା ରଖିଛନ୍ତି। ଦଳ ପ୍ରବନ୍ଧକ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମନସ୍ଥ କରିଛି। ଯଦି ଏହା ମଧ୍ୟରେ ବୁମରା ଫିଟ୍ ହୋଇ ଯାଆନ୍ତି ତେବେ ବିସିସିଆଇ ବୁମରାଙ୍କୁ ବିଶ୍ଵ କପ୍ ପାଇଁ ଦଳରେ ରଖିବ ଏବଂ ସେ ଦଳର ବୋଲିଂ ବିଭାଗର ନେତୃତ୍ଵ ନେବେ। ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ବୁମରାଙ୍କ ସଠିକ୍ ଯାଞ୍ଚ କରିବା ଏବଂ ଆଘାତର ଆକଳନ କରିବା ସହିତ ତାଙ୍କୁ ଫିଟ୍ ରଖିବା ପାଇଁ ଯଥା ସମ୍ଭବ ଉଦ୍ୟମ କରନ୍ତୁ ବୋଲି ବିସିସିଆଇ ଡାକ୍ତରୀ ଦଳକୁ କହିଛି। ବିସିସିଆଇକୁ ଗୋଟିଏ ପ୍ରତିଶତ ଯଦି ସମ୍ଭାବନାର କିରଣ ନଜର ଆସେ ତେବେ ବୁମରା ବିଶ୍ଵ କପ୍ ଖେଳି ପାରନ୍ତି।
ବିସିସିଆଇ ସୂତ୍ର ଅନୁଯାୟୀ, ଡାକ୍ତରୀ ଦଳ ବୁମରାଙ୍କ ଲଗାତାର ଟେଷ୍ଟ ଏବଂ ସ୍କାନ କରୁଛନ୍ତି। ଏହି କାରଣରୁ ବର୍ତ୍ତମାନ ସ୍ଥିତିରେ ବୁମରା ଅକ୍ଟୋବର ୫ରେ ଦଳ ସହିତ ଅଷ୍ଟ୍ରେଲିଆ ଯାତ୍ରା କରି ପାରିବେ ନାହିଁ। ସେ ପରେ ଦଳରେ ଯୋଗ ଦେବେ। ବୁମରା ଅଷ୍ଟ୍ରେଲିଆରେ ବିଶ୍ଵ କପ୍ ଖେଳନ୍ତୁ ବିସିସିଆଇ ଚାହୁଁଛି। ଡାକ୍ତରୀ ଦଳ ପର୍ଯ୍ୟନ୍ତ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହି କାରଣରୁ ବିସିସିଆଇ ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିବାକୁ ଉଚିତ୍ ମଣି ନାହିଁ। ପରିସ୍ଥିତି ଦେଖି ବଦଳ ଖେଳାଳି ଘୋଷଣା କରାଯିବ। ବୁମରାଙ୍କ ସମସ୍ତ ରିପୋର୍ଟ ଚୟନ କମିଟି ଏବଂ ଦଳ ପ୍ରବନ୍ଧକଙ୍କୁ ଅବଗତ କରାଯିବ। ବିଚାର ବିମର୍ଶ ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି।