ଆସନ୍ତାକାଲି ରିଲିଜ ହେବ ‘ବିକ୍ରମ ବେଧା’ ଓ ‘ପୋନିୟିନ୍ ସେଲଭାନ୍’, ବକ୍ସଅଫିସ୍ରେ ହେବ ଟକ୍କର
ମୁମ୍ଵାଇ : ଆସନ୍ତାକାଲି ରିଲିଜ ହେବ ଦୁଇଟି ବଡ ଚଳଚ୍ଚିତ୍ର । ପ୍ରେକ୍ଷାଳୟରେ ଧମାଲ କରିବ ବିକ୍ରମ ବେଧା-ପୋନିୟିନ୍ ସେଲଭାନ୍ । ବକ୍ସ ଅଫିସରେ ଏହି ଦୁଇ ଫିଲ୍ମ ଟକ୍କର ଦେବାକୁ ଯାଉଛନ୍ତି। କେଉଁ ଫିଲ୍ମ କାହା ଉପରେ ଭାରୀ ପଡିବ ତାହା କେବଳ ସମୟ କହିବ। ଏଥିପାଇଁ ପ୍ରଶଂସକମାନେ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷେ ଏବେ ଟ୍ରେଣ୍ଡରେ ବଲିଉଡ଼ ଫିଲ୍ମ ସବୁ ବୟକଟ ହେଉଥିବା ବେଳେ ଉଭୟ ଫିଲ୍ମ ଦେଖିବାକୁ ନିର୍ମାତା ମାନେ ଅନୁରୋଧ କରିଛନ୍ତି ।
ଉଭୟ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ବିକ୍ରମ ବେଧା’ ହେଉଛି ତାମିଲ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍। ତାମିଲ ଭର୍ସନ ୨୦୧୭ ରେ ମୁକ୍ତିଲାଭ କରିଥିଲା । ଏହା ଏକ ଆକ୍ସନ୍-ଥ୍ରୀଲର୍ । ଅନ୍ୟପଟେ ପୋନିୟିନ୍ ସେଲଭାନ୍ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର। ଯାହା ଚୋଳ ସାମ୍ରାଜ୍ୟର ସୁବର୍ଣ୍ଣ ଇତିହାସ ଦର୍ଶାଉଛି । ବହୁ ରିସର୍ଚ ପରେ ଚଳଚ୍ଚିତ୍ରଟି ଏକ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି।
କ୍ଲାସିକ୍ ତାମିଲ୍ ଉପନ୍ୟାସ ପୋନିୟିନ୍ ସେଲଭାନ୍ ମଣି ରତ୍ନମଙ୍କ ଡ୍ରିମ୍ ପ୍ରୋଜେକ୍ଟ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ବିକ୍ରମ ବେଧାଙ୍କ ଟିମ୍କୁ ପୋନିୟିନ ସେଲଭାନଙ୍କ ସହ ସଂଘର୍ଷ ବିଷୟରେ ପଚରାଯାଇଥିଲା, ହ୍ରିତିକ ରୋଶନ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ ଫିଲ୍ମ ଉପରେ ରହିଛି। ଏଥିସହିତ ସୈଫ୍ ଅଲି ଖାନ ପ୍ରଶଂସକମାନଙ୍କୁ ଉଭୟ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଥିଲେ। ‘ବିକ୍ରମ ବେଧା’କୁ ପୁଷ୍କର-ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ସେ କହିଛନ୍ତି – ପୋନିୟିନ୍ ସେଲଭାନ୍ ଏକ କ୍ଲାସିକ୍ ଫିଲ୍ମ। ଆମେ ଆମର କାର୍ଯ୍ୟ କରିଛୁ ଏବଂ ସେମାନେ ସେମାନଙ୍କର କାର୍ଯ୍ୟ କରିଛନ୍ତି। ଆଶା କରେ ଲୋକମାନେ ଉଭୟ ଚଳଚ୍ଚିତ୍ର ଦେଖିବେ।