କରୋନା ଟୀକାକରଣ ଅଭିଯାନରେ ରାଜ୍ୟରେ ଆଜିସୁଦ୍ଧା ଦିଆଗଲାଣି ୭.୯୨ କୋଟିରୁ ଅଧିକ ଟୀକା
ଭୁବନେଶ୍ୱର : କରୋନା ଟୀକାକରଣ ଅଭିଯାନରେ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୭ କୋଟି ୯୨ ଲକ୍ଷ ୦୨ ହଜାର ୧୯୭ ସଂଖ୍ୟାରେ ଟିକା ଦିଆଗଲାଣି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଅନୁସାରେ ଗୁରବାର ସକାଳ ସୁଦ୍ଧା ରାଜ୍ୟରେ ସମୁଦାୟ ଦିଆ ଯାଇଥିବା ଟିକାରୁ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୨୬ ହଜାର ୦୭୫ ଜଣ ଥିବା ବେଳେ ଦ୍ୱିତିୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୨୮ ଲକ୍ଷ ୭୭ ହଜାର ୮୬୧ ଜଣ । ଏହା ସହିତ ବୃଷ୍ଟର ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୯୮ ହଜାର ୨୬୧ ଜଣ । ଜିଲ୍ଲା ମାନଙ୍କ ମଧ୍ୟରେ ଗଂଞାମ ଜିଲ୍ଲାରେ ସମୁଦାୟ ୭୦ ଲକ୍ଷ ୦୫ ହଜାର ୪୧୭ ଜଣଙ୍କୁ ଟିକା ଦିଆଯାଇଛି ଯାହା ସବୁ ଜିଲ୍ଲା ମାନଙ୍କଠାରୁ ଆଗରେ ଅଛି ବୋଲି ସୂଚନା ଦିଆଯାଇଛି ।