ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗଞ୍ଜାମ ଜିଲା ଧରାକୋଟରେ ସର୍ବାଧିକ ୭୪.୦ ମି.ମି. ରେକର୍ଡ ବର୍ଷା
ଭୁବନେଶ୍ୱର : ଗତ ୨୪ ଘଂଟାରେ ଗଞ୍ଜାମ ଜିଲା ଧରାକୋଟରେ ସର୍ବାଧିକ ୭୪.୦ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି କନ୍ଧମାଳ ଜିଲାର କଳିଙ୍ଗାରେ ୬୫.୦ ମି.ମି., ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳରେ ୫୬.୦, କନ୍ଧମାଳ ଜିଲାର ଜି. ଉଦୟଗିରିରେ ୪୮.୬, ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ୪୪.୬, ଖୋର୍ଦ୍ଧା ଜିଲାର ବାଲିପାଟଣାରେ ୪୪.୦, କନ୍ଧମାଳ ଜିଲାର ଫୁଲବାଣୀରେ ୪୩.୮, ଭଦ୍ରକ ଜିଲାର ଚାନ୍ଦବାଲିରେ ୩୯.୧, ମୟୂରଭଞ୍ଜ ଜିଲାର ଶାମାଖୁଂଟା ୩୭.୦, ଜଗତସିଂହପୁର ଜିଲାର ଜଗତସିଂହପୁରରେ ୩୬.୭, ସୁନ୍ଦରଗଡ଼ ଜିଲାର ସୁନ୍ଦରଗଡ଼ରେ ୩୬.୨, ଗଜପତି ଜିଲାର ଆର. ଉଦୟଗିରିରେ ୩୬.୦, ସୁନ୍ଦରଗଡ଼ ଜିଲାର ଟାଙ୍ଗରପାଲିରେ ୩୫.୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୩.୮ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୧୮.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଜାରୀ ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।