ପିଆରଏମ ହସପିଟାଲରେ ଅବ୍ୟବସ୍ଥା ଅଭିଯୋଗ ଜିଲ୍ଲା ପ୍ରଶାସନକୁ ଭେଟିଲା ଭଞ୍ଜସେନା ପ୍ରତିନିଧି ଦଳ ଅବସ୍ଥା ନସୁଧୁରିଲେ ବ୍ୟାପକ ଆନ୍ଦୋଳନ ଚେତାବନୀ
ବାରିପଦା : ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘଦିନ ଆନ୍ଦୋଳନ ପରେ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସ୍ଥାପନ ହେବାପରେ ସ୍ଥାନୀୟ ଲୋକମାନେ ଏଠାରେ ଉତମ ଚିକିତ୍ସା ସେବା ପାଇବେ ବୋଲି ଭରଷା କରିଥିଲେ । ହେଲେ ଏବେ ଏହି ହସପିଟାଲଟି ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳୁଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ସମାସ୍ୟାତ ସବୁଦିନେ ଲାଗିରହିଛି । ବେଳେ ବେଳେ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ଜୀବନ ମଧ୍ୟ ଯାଉଥିବା ଅଭିଯୋଗ ଆସୁଛି । ସେହିପରି ହସପିଟାଲରେ ଷ୍ଟ୍ରେଚର, ହୁଇଲ ଚେୟାର, ରୋଗୀବୁହା ଗାଡି ଭଳି ଅତ୍ୟାବଶ୍ୟକ ଉପକରଣର ମଧ୍ୟ ଅଭାବ ଦେଖା ଯାଉଛି । ତେବେକିଛି ଦିନ ପୁର୍ବରୁ ବିଦ୍ୟୁତ କାଟ ହୋଇଥିଲା ବେଳେ ଡାକ୍ତରଖାନାରେ ମୋବାଇଲ ଲାଇଟରେ ରୋଗୀ ସେବା ହେଉଥିବାର ଚିତ୍ର ଦେଖାଦେବା ପରେ, ଆଜି ଭଂଜସେନା ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ହସପିଟାଲର ଅବ୍ୟବସ୍ଥାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ ଭେଟି ଆଲୋଚନା କରିଥିଲେ । ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଭଂଜସେନା ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଭଂଜସେନାର ସଭାପତି ପିଣ୍ଟୁ ମାଇତି ସୂଚନା ଦେଇଛନ୍ତି । ଆଜିର ପ୍ରତିନିଧି ମଣ୍ଡଳୀରେ ସଂଗଠନ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଈତି, ଓବିସି ଶାଖା ସଭାପତି ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।