ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୧୯୧୮ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୧୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୫୧ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୧୮୧ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୧୧୨୬ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୫୩ ରହିଛି ।
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୨୫ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲାରେ ୧, ବରଗଡ଼ ଜିଲାରେ ୬, ଭଦ୍ରକ ଜିଲାରେ ୧, ବଲାଙ୍ଗିର ଜିଲାରେ ୨, କଟକ ଜିଲାରେ ୬, ଦେବଗଡ଼ ଜିଲ୍ଲାରେ ୩, ଗଜପତି ଜିଲ୍ଲାରେ ୨, ଜଗତସିଂହପୁର ଜିଲ୍ଲାରେ ୧, ଯାଜପୁର ଜିଲ୍ଲାରେ ୧, ଝାରସୁଗୁଡ଼ା ଜିଲାରେ ୨, କଳାହାଣ୍ଡି ଜିଲାରେ ୩, କନ୍ଧମାଳ ଜିଲାରେ ୨, କେନ୍ଦ୍ରାପଡ଼ା ଜିଲାରେ ୨ ଏବଂ ଖୋର୍ଦ୍ଧା ଜିଲାରେ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲାରେ ୨, ମୟୁରଭଞ୍ଜ ଜିଲାରେ ୨, ନବରଙ୍ଗପୁର ଜିଲାରେ ୪, ନୟାଗଡ ଜିଲାରେ ୭, ନୂଆପଡ଼ା ଜିଲାରେ ୩, ପୁରୀ ଜିଲାରେ ୯, ରାୟଗଡ଼ା ଜିଲାରେ ୨, ସମ୍ବଲପୁର ଜିଲାରେ ୧୯, ସୋନପୁର ଜିଲାରେ ୨, ସୁନ୍ଦରଗଡ ଜିଲାରେ ୧୪ ଓ ରାଜ୍ୟ ପୁଲରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।