ଦେଶରେ ଆଉ ୪,୮୫୮ ସଂକ୍ରମିତ ଓ ୧୦ ମୃତ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ କମିବାର ଲକ୍ଷ୍ୟ କରାଯାଉଛି । ସୋମବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୪ ହଜାର ୮୫୮ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୪୭୩୫ ଜଣ ରେକର୍ଡକୁ ଆସିଛି ଓ ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟ ହୋଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ସୋମବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୩୯ ଲକ୍ଷ ୬୨ ହଜାର ୬୬୪ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୭୧ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୪୮ ହଜାର ୦୨୭ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୨.୭୬ ପ୍ରତିଶତ ଅଛି ।
ଆଇସିଏମ୍ଆରଙ୍କ ରିପୋର୍ଟ ଅନୁସାରେ ସୋମବାର ସୁଦ୍ଧା ୧.୭୫ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି । ବର୍ତମାନ ସୁଦ୍ଧା ସମୁଦାୟ ୮୯.୧୭ କୋଟ ି କରୋନା ଟେଷ୍ଟ କରାଯାଇସାରିଲାଣି ।